ଚିକେନ୍‌ ରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଚିକେନ୍‌ ରସା

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଡାଲ୍‌ଚିନି, ଗୋଲ ମରିଚ, ତେଲ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ତେଜପତ୍ର, ଅଦା ଓ ରସୁଣ ପେଷ୍ଟ୍‌ ଏବଂ ନଡ଼ିଆ ରସ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ।  ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ସହ ଲଙ୍କା ଗୁଣ୍ଡ ପକାନ୍ତୁ। ଏହା ସହିତ ସେଥିରେ କିଛି କଟା ପିଆଜ ଏବଂ ଟମାଟୋ ପକାଇ ଭାଜନ୍ତୁ।

ପିଆଜ ଟିକେ ଲାଲ୍‌ ହୋଇଯିବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ୍‌ ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ଚିକେନ୍‌ରେ ହଳଦି ଓ ଲୁଣ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ କଷନ୍ତୁ।

ଚିକେନ୍‌ ଭଲ ଭାବେ କଷି ହୋଇଯିବା ପରେ ସେଥିରେ କଟା ପିଆଜ, ଜିରା ଓ ଧନିଆ ଗୁଣ୍ଡ ପକାନ୍ତୁ ଓ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଆଉ କିଛି ସମୟ ଚିକେନ୍‌କୁ କଷନ୍ତୁ।

ଚିକେନ ପୂରା କଷି ହୋଇଯିବା ପରେ ସେଥିରେ ନଡ଼ିଆ ରସ ପକାଇ ଅଳ୍ପ ପାଣି  ଦିଅନ୍ତୁ ଏବଂ କଡ଼େଇରେ ଢାଙ୍କୁଣି ଦେଇ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍ ସିଝି ଗଲା ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍ ରସା।



from Odisha Reporter https://ift.tt/2Nz5bYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages