ବିଦେଶରେ ସମ୍ପତ୍ତି କିଣିଛନ୍ତି ଚିଦାମ୍ବରମ ଆଣ୍ଡ କୋ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ବିଦେଶରେ ସମ୍ପତ୍ତି କିଣିଛନ୍ତି ଚିଦାମ୍ବରମ ଆଣ୍ଡ କୋ!

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ପି ଚିଦାମ୍ବରମଙ୍କ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଚିଦାମ୍ବରମ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ବିଦେଶରେ ସମ୍ପତ୍ତି କିଣିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ବୋଲି ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି।

ଇଡି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଇଡି କହିଛି ଯେ ଚିଦାମ୍ବରମ ଏବେ ଉକ୍ତ ସମ୍ପତ୍ତି ଗୁଡ଼ିକ ବିକ୍ରି କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କୁ ହେଫାଜତକୁ ନେଇ ଜେରା କରାଯିବା ଉଚିତ।

ସତ୍ୟପାଠ ଜରିଆରେ ଇଡି କହିଛି ଯେ “ବିଶ୍ୱର ଅନେକ ରାଷ୍ଟ୍ରରେ ଚିଦାମ୍ବରମଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏଥିସହ ଚିଦାମ୍ବରମ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ, ମ୍ୟାଲେସିୟା, ଫିଲିପିନ୍ସ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ ଓ ଶ୍ରୀଲଙ୍କାରେ ଏକାଧିକ ସମ୍ପତ୍ତି କିଣିଛନ୍ତି। କେବଳ ସମ୍ପତ୍ତି କିଣି ନାହାନ୍ତି, ଏମାନେ ଉକ୍ତ ଦେଶରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି। ସେହିପରି ସେଲ କମ୍ପାନୀ ଦ୍ୱାରା ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଲୋନ ଦେବାର ବ୍ୟବସ୍ଥା ମଧ୍ୟ କରିଥିଲେ।”

ଚଦାମ୍ବରମଙ୍କ ଜାମିନ୍‌ ଆବେଦନକୁ ବିରୋଧ କରି ଇଡି କହିଛି ଯେ “ଅଭିଯୁକ୍ତ ଚିଦାମ୍ୱରମଙ୍କ ବିରୋଧରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଯଦି ସେ ଜାମିନରେ ଯିବେ, ତା’ହେଲେ ପ୍ରମାଣ ନଷ୍ଟ କରିବାର ଆଶଙ୍କା ବଢ଼ିବ।”



from Odisha Reporter https://ift.tt/2ZjSaca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages