ମୃତ୍ୟୁ ଘଣ୍ଟାଏ ପୂର୍ବରୁ ସାଲ୍‌ଭେଙ୍କୁ ଫୋନ୍‌ କରି ତାଙ୍କର ୧ ଟଙ୍କା ନେଇ ଯିବାକୁ କହିଥିଲେ ସୁଷମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ମୃତ୍ୟୁ ଘଣ୍ଟାଏ ପୂର୍ବରୁ ସାଲ୍‌ଭେଙ୍କୁ ଫୋନ୍‌ କରି ତାଙ୍କର ୧ ଟଙ୍କା ନେଇ ଯିବାକୁ କହିଥିଲେ ସୁଷମା

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ୁଥିବା ଦେଶର ଜଣାଶୁଣା ଓକିଲ ହରିଶ୍‌ ସାଲ୍‌ଭେଙ୍କୁ ମଙ୍ଗଳବାର ରାତିରେ ଫୋନ୍‌ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‌ ଏବଂ ବୁଧବାର ତାଙ୍କ ଘରକୁ ଆସି ତାଙ୍କର ଏକ ଟଙ୍କା ନେଇଯିବାକୁ କହିଥିଲେ। ହେଲେ ଫୋନ୍‌ କରିବାର ପ୍ରାୟ ଘଣ୍ଟାଏ ପରେ ସେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏ ଖବର ପାଇବା ପରେ ହଠାତ୍ ବିଶ୍ୱାସ କରି ପାରି ନଥିଲେ ହରିଶ୍‌ ସାଲ୍‌ଭେ।

ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତ ପକ୍ଷରୁ କୁଲଭୂଷଣଙ୍କ ମାମଲା ଲଢ଼ୁଛନ୍ତି ହରିଶ୍‌। ଏଥିପାଇଁ ସେ ଫି’ ବାବଦକୁ ମାତ୍ର ୧ ଟଙ୍କା ମାଗିଥିଲେ। ସୁଷମା ବୈଦେଶିକ ମନ୍ତ୍ରୀ ଥିବା ବେଳେ ହରିଶଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଫି’ ବାବଦକୁ ସେହି ୧ ଟଙ୍କା ଦେବା ପାଇଁ ସୁଷମା ଗତକାଲି ତାଙ୍କୁ ଫୋନ୍ କରି ବୁଧବାର (ଅର୍ଥାତ୍ ଆଜି) ତାଙ୍କ ଘରକୁ ଆସିବାକୁ କହିଥିଲେ।

ଏନେଇ ଶ୍ରୀ ସାଲ୍‌ଭେ କହିଛନ୍ତି,“ମୃତ୍ୟୁର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମୁଁ ସୁଷମା ସ୍ୱରାଜଙ୍କ ସହିତ କଥା ହୋଇଥିଲି। ରାତି ପ୍ରାୟ ୮ଟା ୫୦ରେ ସେ ମୋତେ ଫୋନ୍ କରିଥିଲେ। ସେ ବହୁତ ଭାବନାତ୍ମକ ଢଙ୍ଗରେ ମୋ ସହିତ କଥା ହୋଇଥିଲେ। ସେ ମୋତେ ତାଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ। ସେ କହିଥିଲେ, ଯେଉଁ କେସ୍ ତୁମେ ଜିତିଛ, ସେଥିପାଇଁ ମୁଁ ତୁମକୁ ଏକ ଟଙ୍କା ଦେବାକୁ ଚାହୁଁଛି। ମୁଁ ମଧ୍ୟ ଫି’ ନେବା ପାଇଁ ତାଙ୍କ ଘରକୁ ଯିବି ବୋଲି କହିଥିଲି। ସେ ମୋତେ ବୁଧବାର ୬ଟା ବେଳେ ଆସିବାକୁ କହିଥିଲେ।”

‍ଭାରତ ପାଇଁ ଗୁପ୍ତଚର ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ପାକିସ୍ତାନ ୨୦୧୬ରୁ କୂଳଭୁଷଣ ଯାଦବଙ୍କୁ ବନ୍ଦୀ କରି ରଖିଛି। ଭାରତୀୟ ଅଧିକାରୀଙ୍କର ବାରମ୍ୱାର ପ୍ରୟାସ ପରେ ମଧ୍ୟ କୂଳଭୁଷଣଙ୍କ ଦେଖା କରିବା ପାଇଁ ପାକିସ୍ତାନ ଅନୁମତି ଦେଇ ନଥିଲା। ଏହାପରେ ପାକିସ୍ତାନର ଏକ କୋର୍ଟ କୂଳଭୁଷଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ଯାହାକୁ ବିରୋଧ କରି ଭାରତ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। କୁଳଭୂଷଣଙ୍କ ପ୍ରଭାବଶାଳୀ ଯୁକ୍ତି ପରେ  ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ଏହା ସହିତ ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସ କୁଳଭୂଷଣକୁ ଆଇନଗତ ସାହାଯ୍ୟ କରିପାରିବେ ବୋଲି ଅନ୍ତର୍ଜାତୀୟ କୋର୍ଟ କହିଛନ୍ତି।



from Odisha Reporter https://ift.tt/2yEGYHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages