ପୁଲିସ୍‌ ଆଖିରେ ଧୂଳି ଦେବାକୁ ନକ୍ସଲଙ୍କ ନୂଆ ଆକ୍ସନ ପ୍ଲାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ପୁଲିସ୍‌ ଆଖିରେ ଧୂଳି ଦେବାକୁ ନକ୍ସଲଙ୍କ ନୂଆ ଆକ୍ସନ ପ୍ଲାନ

ମାଲକାନଗିରି (ଜିତେନ୍ଦ୍ର ବେଉରା) : ପୁଲିସ୍‌ ବିଭିନ୍ନ ସମୟରେ ମାଓ କ୍ୟାମ୍ପରେ ଛଦ୍ମବେଶରେ ପଶି ଆକ୍ରମଣ କରୁଛି।  ଏଥିଯୋଗୁ ବହୁ ନକ୍ସଲଙ୍କ ମୃତ୍ୟୁ ହେଉଥିବା ବେଳେ ବହୁ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ  ହେଉଛି । ପୁଲିସ୍‌ ଆଖିରେ ଧୂଳି ଦେବାକୁ ଓ ଏପରି ଅତର୍କିତ ଆକ୍ରମଣରୁ ବର୍ତ୍ତିବା ଲାଗି ନୂଆ  ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ନକ୍ସଲ ସଙ୍ଗଠନ । ଏଥିନିମନ୍ତେ ନକ୍ସଲଙ୍କ ନିମନ୍ତେ ପରିଚୟ ପତ୍ର ବା ଆଇଡ଼ି କାର୍ଡ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ଏହି ଆଇ କାର୍ଡରେ ଗୋଟିଏ ପଟେ ନାଲି ରଙ୍ଗ ପତାକାର ଚିତ୍ର ରହିବା ସହ  କିଛି ଲେଖା ମଧ୍ୟ ରହୁଛି । ଏହାର ଅପର ପାର୍ଶ୍ୱରେ ହିନ୍ଦୀରେ  ନକ୍ସଲଙ୍କ ସମ୍ପର୍କୀତ ସମସ୍ତ ବିବରଣୀ ରହିଛି।  ପୁଲିସ୍‌ ବହୁ ସମୟରେ ନିଜକୁ ନକ୍ସଲ ବୋଲି ପରିଚୟ ଦେଇ ନକ୍ସଲ କ୍ୟାମ୍ପ୍‌ ଉପରେ ଅତର୍କିତ ଆକ୍ରମଣ କରୁଛି। ହେଲେ ଏହି କାର୍ଡ ନ ଥିଲେ ସେମାନେ ନକ୍ସଲ ନୁହନ୍ତି ବୋଲି ସହଜରେ ଜାଣି ହେବ ।

ପ୍ରଥମ ପର୍ଯ୍ୟାୟରେ ଏହାକୁ ୨୦୦ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି । ଏହାକୁ ପାଖରେ ରଖିବା ପାଇଁ ବାଧ୍ୟତାମୂଳକ ମଧ୍ୟ କରାଯାଇଛି । ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା  ଓ ଫାଇଟର୍ କମାଣ୍ଡୋଙ୍କୁ  ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥିବା ସୂଚନା ମିଳିଛି ।

କିଛି ଦିନ ପୂର୍ବେ ଏକ ନକ୍ସଲ କ୍ୟାମ୍ପରେ ଚଢାଉ ବେଳେ ଏପରି କିଛି କାର୍ଡ ଜବତ ହୋଇଛି। ଏହାପରେ ନକ୍ସଲଙ୍କ ଏହି ଋଣନୀତି ସମ୍ପର୍କରେ ପୁଲିସ୍‌କୁ ସୂଚନା ମିଳିଛି। ଏହି କାର୍ଡର ଫଟୋ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି।



from Odisha Reporter https://ift.tt/2MSvbxn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages