ମୃତଦେହ ଧରି ଫେରୁଥିବା ବେଳେ ଓଲଟି ପଡ଼ିଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ମୃତଦେହ ଧରି ଫେରୁଥିବା ବେଳେ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ଆମ୍ୱୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଧାମନଗର ବ୍ଲକ୍‌ କୁରୁଆ ଗୋବିନ୍ଦପୁର ଗାଁର ପରମେଶ୍ୱର ମିଶ୍ରଙ୍କ କଟକ ବଡ଼ ଡାକ୍ତରଖାନାରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ପରିବାର ଲୋକେ ମୃତଦେହକୁ ଏକ ଘରୋଇ ଆମ୍ୱୁଲାନ୍ସରେ ଗାଁକୁ ଆଣୁଥିଲେ। ଏହି ସମୟରେ ଆମ୍ୱୁଲାନ୍ସଟି ଭଣ୍ଡାରିପୋଖରୀ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏଥିରେ ମୃତ ପରମେଶ୍ୱରଙ୍କ ପତ୍ନୀ,ଝିଅ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।



from Odisha Reporter https://ift.tt/2ZPGaeB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages