ଆଉ ଅଳ୍ପ ଦିନର ଅପେକ୍ଷା, ଭାରତରେ ଲଞ୍ଚ୍‌ ହେବ Mi A3 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ଆଉ ଅଳ୍ପ ଦିନର ଅପେକ୍ଷା, ଭାରତରେ ଲଞ୍ଚ୍‌ ହେବ Mi A3

ନୂଆଦିଲ୍ଲୀ: ‘ସାଓମି’ ତା’ର ଲୋକପ୍ରିୟ ସ୍ମାର୍ଟଫୋନ୍‌  Mi A2ର ଅପ୍‌ଗ୍ରେଡ୍‌ ଭର୍ସନ୍‌ Mi A3କୁ ଚଳିତ ବର୍ଷ ଜୁଲାଇ ୧୭ ତାରିଖରେ ସ୍ପେନ୍‌ରେ ଲଞ୍ଚ୍‌ କରିଥିଲା। ଏବେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହୋଇସାରିଛି। ଖୁବ୍‌ଶୀଘ୍ର ଏହି ଫୋନ୍ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୩ ତାରିଖରେ କମ୍ପାନୀ ଏହି ଫୋନ୍‌କୁ ଭାରତରେ ଲଞ୍ଚ୍ କରିବ। ଭାରତରେ ଏହାର ଦାମ୍‌ ପାଖାପାଖି ୧୬ ହଜାର ୯୯୯ ଟଙ୍କା ରହିପାରେ।

Mi A3ରେ କ’ଣ ରହିଛି ଖାସ୍?

Mi A3ର ସ୍ପେନ୍‌ ଭ୍ୟାରିୟାଣ୍ଟ କଥା କହିଲେ ଏଥିରେ ଗୁଗୁଲ୍‌ର ଆଣ୍ଡ୍ରଏଡ୍‌ ୱାନ୍‌ ଭର୍ସନ ରହିଛି। ଏହି ସାଓମି ଫୋନ୍‌ରେ ୬.୧ ଇଞ୍ଚର HD+ AMOLED ଡିସ୍‌ପ୍ଲେ ରହିଛି। ଏଥିରେ ୱାଟର୍‌ ଡ୍ରପ୍‌ ଷ୍ଟାଇଲ୍‌ ନଚ୍‌ ଡିଜାଇନ୍‌ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗର୍‌ପ୍ରିଣ୍ଟ୍‌ ଦିଆଯାଇଛି।

ସାଓମି ଏହି ସ୍ମାର୍ଟଫୋନ୍‌ରେ ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୬୫ ପ୍ରୋସେସର୍‌ ଦେଇଛି। ଏହି ଫୋନ୍‌ଟି ୬ଜିବି ରାମ୍‌ ୬୪ ଜିବି ଷ୍ଟୋରେଜ୍‌ ଏବଂ ୬ଜିବି ରାମ୍‌ ୧୨୮ ଜିବି ଷ୍ଟୋରେଜ୍‌ ଭଳି ଦୁଇଟି ଭ୍ୟାରିୟାଣ୍ଟରେ ଲଞ୍ଚ୍ କରାଯାଇଛି। ଫଟୋଗ୍ରାଫି ପାଇଁ ଏହାର ପଛ ପାର୍ଶ୍ୱରେ 48MP+8MP+2MPର ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ରହିଛି। ଏଥି ସହ ସେଲ୍‌ଫି ପାଇଁ ଏଥିରେ 32MPର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହାର ବ୍ୟାଟେରୀ 4,030mAhର ଓ ଏଥିରେ ୧୮ ୱାଟ୍‌ର ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ଦିଆଯାଇଛି।



from Odisha Reporter https://ift.tt/33oavmE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages