ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତର ମିଶନ ମୁନ୍‌କୁ ଆଉ ପାଦେ ସଫଳତା ମିଳିଛି। ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ଯାହାକୁ ଲୁନାର୍ ଅର୍ବିଟ୍ ଇନସର୍ସନ୍ କୁହାଯାଏ।

ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ଚାରିପଟେ କକ୍ଷ ପଥରେ ବୁଲିବା ପରେ ଲ୍ୟାଣ୍ଡର୍ ବିକ୍ରମ ଅର୍ବିଟର୍ରୁ ଅଲଗା ହେବ। ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନକୁ ସଫ୍ଟ ଲ୍ୟାଣ୍ଡ୍ କରାଇବା ପାଇଁ ଇସ୍ରୋ ପୁରା ଆଶାବାଦୀ ଅଛି।

ସୂଚନାଯୋଗ୍ୟ, ୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ଋଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି। ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ଗତ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତ୍‌କ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।



from Odisha Reporter https://ift.tt/2TKtlQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages