ଜମ୍ମୁରେ ଦୁଇ କଂଗ୍ରେସ ନେତା ଗିରଫ, ରାହୁଲ କଲେ ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଜମ୍ମୁରେ ଦୁଇ କଂଗ୍ରେସ ନେତା ଗିରଫ, ରାହୁଲ କଲେ ନିନ୍ଦା

ଶ୍ରୀନଗର: ଶୁକ୍ରବାର ଜମ୍ମୁ କଶ୍ମୀରର ଦୁଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଶର୍ମା ପ୍ରେସ କନଫରେନସ ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରିଥିଲେ। ପୁଲିସ ଏବାବଦରେ ଖବର ପାଇବା ପରେ ରବୀନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି। ଏଥିସହ ପ୍ରଦେଶ କଂଗ୍ରେସ ସଭାପତି ଗୁଲାମ ମୀର ରାଜ୍ୟ କାର୍ଯାଳୟକୁ ଆସୁଥିବା ବେଳେ ତାଙ୍କୁ ପୁଲିସ୍ ଗିରଫ କରିଛି।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏ ନେଇ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କେବେ ସରକାରଙ୍କ ପାଗଳାମି ଠିକ୍ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କାର୍ଯ୍ୟ ଗଣତନ୍ତ୍ରକୁ ତଳକୁ ନେଇଯାଉଛି ବୋଲି ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ଟୁଇଟ କରାଯାଇ ମୋଦି ସରକାରର ଏପରି କାର୍ଯ୍ୟକଳାପକୁ ବିରୋଧ କରାଯାଇଛି।


ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ମଧ୍ୟ ଦଳୀୟ ନେତାଙ୍କୁ ଗିରଫଦାରୀକୁ ନିନ୍ଦା କରିଛନ୍ତି। ଗୋଟିଏ ପଟେ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ୍ ହେଉଛି ବୋଲି କେନ୍ଦ୍ର କହୁଥିବା ବେଳେ ଅନ୍ୟପଟେ କଂଗ୍ରେସ ନେତା ଗିରଫ ହେବା କେନ୍ଦ୍ର ସରକାରର ଏହା ଦୋହରା ନୀତି ବୋଲି ସେ କହିଛନ୍ତି। ତୁରନ୍ତ କଂଗ୍ରେସ ନେତାଙ୍କ ସହ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଛାଡ଼ିବା ପାଇଁ ଗୁଲାମ୍ ନବୀ ଆଜାଦ୍ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ଏଠାରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଜାରି କରିଛନ୍ତି। ୧୪୪ ଧାରା ଜାରି ରହିଥିବାରୁ ଏକାଠି ୪ରୁ ଅଧିକ ବ୍ୟକ୍ତି ରାସ୍ତାରେ ଯିବା, ପ୍ରେସ୍ କନଫରେନସ କରିବା, ସଭା ସମିତି ଇତ୍ୟାଦି ଉପରେ କଟକଣା ରହିଛି।



from Odisha Reporter https://ift.tt/2Z9mF3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages