ଘରୁ ନକାରାତ୍ମକ ଶକ୍ତି ଦୂର କରେ ଲବଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଘରୁ ନକାରାତ୍ମକ ଶକ୍ତି ଦୂର କରେ ଲବଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲବଙ୍ଗକୁ ଏକ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଏ। ପୂଜାପାଠରେ ଲବଙ୍ଗର ଏକ ବିଶେଷ ମହତ୍ତ୍ୱ ରହିଛି। ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଏହା ସହିତ ଲବଙ୍ଗ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ବୋଲି କୁହାଯାଏ। ତା’ହେଲେ ଘରୁ ନକାରାତ୍ମକ ଶକ୍ତି ଦୂର କରିବାକୁ ଏହାକୁ କେମିତି ବ୍ୟବହାର କରିବେ? ଏହା ଅତି ସହଜ। ଆସନ୍ତୁ ସେ ବିଷୟରେ ଜାଣିବା।

  • ଶନିବାର କିମ୍ୱା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ଅଳେଇଚକୁ ଏକ ମାଟି ଅବା ପିତଳ ପାତ୍ରରେ ରଖି ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ନିଆଁ ଜଳୁଥିବା ସମୟରେ ଏହାକୁ ଘରର ସବୁ ରୁମ୍‌ରେ ବୁଲାନ୍ତୁ। ଏହାପରେ ପାଉଁଶକୁ ମୁଖ୍ୟ ଦ୍ୱାରରେ ଖେଳେଇ ରଖନ୍ତୁ। ଆପଣ ଚାହିଁଲେ , ଲବଙ୍ଗ ପାଉଁଶରେ ପାଣି ମିଶାଇ ମଧ୍ୟ ଘରର ସମସ୍ତ ରୁମ୍‌ରେ ଛିଞ୍ଚି ପାରିବେ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
  • ଶନିବାର ଦିନ ଏକ ତେଲ ଦୀପରେ  ତିନି ଚାରୋଟି ଲବଙ୍ଗ ପକାଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଏହାକୁ ଘରର ଏକ ଅନ୍ଧାର କୋଣରେ ରଖି ଦିଅନ୍ତୁ। ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଘରେ ସବୁବେଳେ ରୋଗବେମାର ଲାଗି ରହୁଥିଲେ, ତାକୁ ଦୂର କରିଥାଏ।
  • ଯଦି ଆପଣ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଲବଙ୍ଗ ଗଛ ଲଗାନ୍ତୁ।
  • କିଛି ଲବଙ୍ଗ ସର୍ବଦା ନିଜ ପର୍ସରେ ରଖନ୍ତୁ। ଏହାଦ୍ୱାରା ଅନେକ ଲାଭ ମିଳିଥାଏ।


from Odisha Reporter https://ift.tt/2z1AYsp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages