କଶ୍ମୀର ପ୍ରସଙ୍ଗରେ ଆଉ ମଧ୍ୟସ୍ଥତା କଥା ଉଠାଇବ ନାହିଁ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

କଶ୍ମୀର ପ୍ରସଙ୍ଗରେ ଆଉ ମଧ୍ୟସ୍ଥତା କଥା ଉଠାଇବ ନାହିଁ ଆମେରିକା

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆମେରିକା ଆଉ ମଧ୍ୟସ୍ଥତା କଥା ଉଠାଇବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଭାରତ ସରକାର କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଦରକାର ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି, “ଆମେରିକା କଶ୍ମୀର ପ୍ରସଙ୍ଗରେ ଆଉ କେବେ ହେଲେ ମଧ୍ୟସ୍ଥତା କଥା ଉଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ହେଲେ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଲାଗି ରହିଥିବା ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଛି।

ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥତା କଥା ଉଠାଇଥିଲେ ସତ, ହେଲେ ଏହାକୁ ଗ୍ରହଣ କରିବା କିମ୍ବା ନ କରିବା ଭାରତ ଓ ପାକିସ୍ତାନ ଉପରେ ନିର୍ଭର କରେ ବୋଲି ସେ କହିଥିଲେ। ଭାରତ ଯେହେତୁ ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ବୋଲି କହିଥିଲା, ତେଣୁ ଆମେରିକା କେବେ ହେଲେ ମଧ୍ୟସ୍ଥତା ପ୍ରସଙ୍ଗ ଆଉ ଉଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି।”

ଜୁଲାଇ ୨୨ରେ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଟ୍ରମ୍ପ କହିଥିଲେ ଯେ “କଶ୍ମୀର ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଁଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ରହିଛି।” ତେବେ ଭାରତ ପକ୍ଷରୁ ମୋଦି କେବେ ହେଲେ ଏଭଳି ନିବେଦନ କରି ନଥିଲେ ବୋଲି ସ୍ପଷ୍ଟ କରାଯାଇଥିଲା।



from Odisha Reporter https://ift.tt/2ZTKY2y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages