ଅଧାରେ ଅଟକିଥିଲା, ଆଜି ପୁଣି ଆରମ୍ଭ ହେଲା ଏମାର ମଠ ଉଚ୍ଛେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

ଅଧାରେ ଅଟକିଥିଲା, ଆଜି ପୁଣି ଆରମ୍ଭ ହେଲା ଏମାର ମଠ ଉଚ୍ଛେଦ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ରଘୁନନନ୍ଦନ ପାଠାଗାରର କିଛି କୋଠରୀକୁ ଆଜି ଭଙ୍ଗାଯାଉଛି । ଏଥି ସହିତ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ହୋଇଥିବା କୋଠରୀକୁ ମଧ୍ୟ ଭଙ୍ଗାଯାଉଛି ।

ମଠ ଭିତରେ ଥିବ ମହନ୍ତ ମହାରାଜଙ୍କ ଘରଗୁଡିକୁ ମଧ୍ୟ ଖାଲି କରାଯାଇଛି । ଏଥି ସହିତ ମଠର କିଛି ଅଂଶରେ ଚାଲିଥିବା ଖଜା ଦୋକାନଗୁଡିକୁ ଆଜି ଭଙ୍ଗାଯାଉଛି । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଥିଲା କିଛି ଗୁପ୍ତ କୋଠରୀ । ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ ଗତକାଲି ଦେଖିବାକୁ ମିଳିଥିଲା ।

ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏ ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ପାଳି ପଡିଛି ଏମ୍ଆର ମଠର ପୂର୍ବରୁ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି  ।



from Odisha Reporter https://ift.tt/349tv8W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages