ମୋଦିଙ୍କ ପରେ ଇମ୍ରାନ୍‌ଙ୍କ ସହ କଥା ହେଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ମୋଦିଙ୍କ ପରେ ଇମ୍ରାନ୍‌ଙ୍କ ସହ କଥା ହେଲେ ଟ୍ରମ୍ପ

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ ଟ୍ରମ୍ପ ୩୦ ମିନିଟ୍‌ରୁ ଅଧିକ ସମୟ ଧରି  ଫୋନ ଯୋଗେ କଥା ହୋଇଥିଲେ। ଏହି ସମୟରେ ମୋଦି ପାକିସ୍ତାନ କିମ୍ବା ଇମ୍ରାନ୍‌ ଖାନ୍‌ଙ୍କ ନାଁ ନ ନେଇ ଟ୍ରମ୍ପଙ୍କୁ ଆତଙ୍କବାଦ ଓ କଶ୍ମୀର ପ୍ରସଙ୍ଗ ବିଷୟରେ ଅବଗତ କରାଇଥିଲେ।

ଏହାପରେ ଟ୍ରମ୍ପ ପାକ୍‌ ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ଙ୍କୁ ଫୋନ କରିଥିଲେ। ଏହି ସମୟରେ ଟ୍ରମ୍ପ ଫୋନ୍‌ ଯୋଗେ ଇମ୍ରାନ୍‌ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ଭାରତ ବିରୋଧରେ ହିଂସା ସୃଷ୍ଟି କରିବା ଭଳି ବୟାନ ଦେବାରୁ ପାକିସ୍ତାନ ଦୂରେଇ ରହୁ ବୋଲି ଟ୍ରମ୍ପ ତାଙ୍କୁ କହିଥିବା ଜଣାପଡ଼ିଛି। ଏଥିସହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଉଭୟ ଦେଶ ତିକ୍ତତା ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଟ୍ୱିଟ କରି କହିଛନ୍ତି, “ମୁଁ ମୋର ଦୁଇ ଜଣ ବନ୍ଧୁ ଭାରତ ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାନ୍‌ଙ୍କ ସହ କଥା ହୋଇଛି। ଏହି ସମୟରେ ଆମେ ଶିଳ୍ପ, ସହଭାଗିତାରେ ବିକାଶ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛୁ। ଉଭୟ ଭାରତ ଓ ପାକିସ୍ତାନ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତଥାପି ଆଲୋଚନା ଭଲ ଭାବେ ଶେଷ ହୋଇଛି।”

ଟ୍ରମ୍ପ ଓ ଇମ୍ରାନ୍‌ ଖାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ମଧ୍ୟ କୁହାଯାଇଛି। ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ମୋଦିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାନ୍‌ଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନୁ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ କୁହାଯାଇଛି।

ଆମେରିକା ଓ ପାକିସ୍ତାନ ଶିଳ୍ପର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। କଶ୍ମୀର ପ୍ରସଙ୍ଗରେ ବିବାଦୀୟ ଓ ହିଂସା ସୃଷ୍ଟି କରିବା ଭଳି ବୟାନ ନ ଦେବାକୁ ଟ୍ରମ୍ପ ଇମ୍ରାନ୍‌ ଖାନ୍‌ଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭାରତକୁ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ କୁହାଯାଇଛି।

ଭାରତ ଓ ଆମେରିକା ଆଗକୁ ମଧ୍ୟ ଶିଳ୍ପର ବିକାଶ ପାଇଁ କାର୍ଯ୍ୟ କରିବେ। ଭାରତ ସହ ଆମେରିକାର ସମ୍ପର୍କ କେମିତି ଅଧିକ ସୁଦୃଢ଼ ହୋଇପାରିବ, ସେ ଦିଗରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି।”



from Odisha Reporter https://ift.tt/2TQPJYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages