ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଆସନ୍ତା ୭ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିଳ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଚରଣ ବେହେରା ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ରାଜସ୍ଥାନରୁ ବାଲେଶ୍ୱର ଯାଏ ଟ୍ରଫ୍ ଲାଇନ ଲମ୍ବିଛି। ତା ସହିତ ୪ତାରିଖରେ ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୭ ତାରିଖ ଯାଏ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଏହା ସହ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିବ।”
ଶ୍ରୀ ଗିରି କହିଛନ୍ତି,“ ଗତକାଲି ନବରଙ୍ଗପୁର, ଡାବୁଗାଁରେ ସର୍ବାଧିକ ୧୨୧ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ସେହିପରି ଫୁଲବାଣୀରେ ୩୪ମିମି,ଜୟପୁରରେ ୨୭.୬ମିମି ଓ ମାଲକାନଗିରିରେ ୪୮.୪ ମିମି ବର୍ଷା ରେକର୍ଡ କରାଯାଇଛି।”
from Odisha Reporter https://ift.tt/2yAZhgl
No comments:
Post a Comment