ବସ୍‌ ଧକ୍କାରେ ସାଇକେଲ୍‌ ଆରୋହୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ବସ୍‌ ଧକ୍କାରେ ସାଇକେଲ୍‌ ଆରୋହୀ ଗୁରୁତର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାସ୍ଥିତ ଆରଜିଏଚ୍‌  ସମ୍ମୁଖରେ ଏକ ବସ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କ ନାଁ ରଞ୍ଜିତ କୁମାର। ତାଙ୍କ ଘର ଆମ୍ୱେଦକର ନଗର ବାସନ୍ତୀ କଲୋନୀରେ।

ଆଜି ସକାଳ ପ୍ରାୟ ନଅଟା ବେଳେ ଏହି ଦୁର୍ଘଟଣା ଘଟିଛି।  ରଞ୍ଜିତ ସାଇକେଲ ଯୋଗେ ଯାଉଥିବା ବେଳେ ବସ୍‌ଟି ପଛପଟୁ ଆସି ତାଙ୍କୁ ପିଟି ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ cws ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ବସ୍‌ଟି ଫେରାର୍‌ ହୋଇଯାଇଛି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2YkQ7UM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages