ଧାରା ୩୭୦ ଉଚ୍ଛେଦ ପରେ ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

ଧାରା ୩୭୦ ଉଚ୍ଛେଦ ପରେ ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ :  ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରଥମ ଥର ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଜାତୀୟ ସୁରକ୍ଷା଼ ପରାମର୍ଶଦାତା( ଏନଏସଏମ୍‌) ଅଜିତ ଡୋଭାଲଙ୍କ ପରେ ବିପିନ ରାୱତ ପ୍ରଥମ ସୁରକ୍ଷା ଅଧିକାରୀ ଯେକି ଜମ୍ମୁ କଶ୍ମୀର ଗସ୍ତ କରୁଛନ୍ତି।  ଏବେ କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା କିପରି ରହିଛି,  ଯେକୌଣସି ପରିସ୍ଥିତି ଲାଗି ମୁତୟନ ସୁରକ୍ଷାକର୍ମୀ କିପରି ପ୍ରସ୍ତୁତ ଅଛନ୍ତି, ତାର ସମୀକ୍ଷା କରିବେ ସେନା ମୁଖ୍ୟ ।

ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଜମ୍ମୁ କଶ୍ମୀରରେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀରର ଅନେକ ସ୍ଥାନରେ ଟେଲିଫୋନ, ଇଣ୍ଟରନେଟ ଆଦି ସେବା ବନ୍ଦ ରଖାଯାଇଛି।  କିଛି ସ୍ଥାନରେ ଇନକମିଙ୍ଗ ସୁବିଧା ମିଳୁଥିବା ବେଳେ ଆଉଟଗୋଇଂ ଉପରେ ଏବେ ବି ରହିଛି କଟକଣା।

ଏବେ ସୁଦ୍ଧା ରାଜ୍ୟରେ ୨୫୦୦ ସ୍କୁଲ ଖୋଲି ସାରିଛି।  ବହୁ ସ୍ଥାନରେ ସ୍କୁଲ, କଲେଜ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ଭୟରେ ଆସୁନାହାନ୍ତି । ଫଳରେ ବିଦ୍ୟାଳୟ କକ୍ଷ ଖାଲିପଡିଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ କିଭଳି ଶୀଘ୍ର ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରିବ ସେନେଇ ପ୍ରଶାସନ ଓ ସରକାର ତତ୍ପର ଅଛନ୍ତି ।

ଜମ୍ମୁ କଶ୍ମୀରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ସବୁ ସମ୍ବେଦନଶୀଳ ଜାଗାରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଏବେ ବି ବହୁ ସଂଖ୍ୟାରେ ଯବାନ ମୁତୟନ ଅଛନ୍ତି।



from Odisha Reporter https://ift.tt/2Pmy64h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages