ଇସଲାମାବାଦ: କଶ୍ମୀରରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଶନିବାର ରାତିରେ ପାକିସ୍ତାନ ବର୍ଡର ଆକ୍ସନ ଟିମର ଅନୁପ୍ରବେଶକାରୀଙ୍କୁ ଗୁଳି ମାରି ଭାରତୀୟ ସେନା ନିହତ କରିଥିଲେ। ଭାରତର ଏଭଳି ଆଚରଣ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଗତକାଲି କଶ୍ମୀର ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି।
ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସୀମାରେ ଭାରତ ପଟୁ ବାରମ୍ୱାର ଗୁଳି ମାଡ଼ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବାକୁ କହିଥିଲେ ଏବେ ସଠିକ୍ ସମୟ ଆସିଛି କଶ୍ମୀର ପ୍ରସଙ୍ଗର ସମାଧାନ କରିବା ପାଇଁ ବୋଲି ଇମରାନ କହିଛନ୍ତି।
It is time to end the long night of suffering for the people of Occupied Kashmir. They must be allowed to exercise their right to self determination according to UN SC resolutions.The only road to peace & security in South Asia runs through a peaceful & just settlement of Kashmir
— Imran Khan (@ImranKhanPTI) August 4, 2019
ଆହୁରି କହିଛନ୍ତି ଏଲଓସିରେ ସାଧାରଣ ଲୋକଙ୍କ ଉପରେ ଭାରତ ପକ୍ଷରୁ କ୍ଲଷ୍ଟର ବମ ପକାଯାଉଛି। ଯାହାକି ୧୯୮୩ କନଭେସନ ଅନ ସର୍ଟେନ କନଭେନସନାଲ ଓ୍ଵେପନ୍ସର ଉଲ୍ଲଙ୍ଘନ କରୁଛି। ଜାତିସଂଘ ଏବାବଦରେ ନିଷ୍ପତ୍ତି ନେବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି। କଶ୍ମୀରର ଶାନ୍ତିପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଚୁକ୍ତିନାମା ହିଁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନର ପ୍ରମୁଖ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଛନ୍ତି।
from Odisha Reporter https://ift.tt/2YGgO1i
No comments:
Post a Comment