କଶ୍ମୀର: ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଟ୍ରକ୍ ଡ୍ରାଇଭର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

କଶ୍ମୀର: ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଟ୍ରକ୍ ଡ୍ରାଇଭର ମୃତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ନୁର ମହମ୍ମଦ। ତାଙ୍କ ଘର ଡାର ଜିଲ୍ଲାର ଜରାଦୀପୁରର ଅରାନହାଲ ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ନୁର ଟ୍ରକ୍‌ ଧରି ଘରକୁ ଆସୁଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଭୁଲ୍‌ରେ ସୁରକ୍ଷାକର୍ମୀଙ୍କ ଟ୍ରକ୍‌ ଭାବି ତାଙ୍କ ଉପରେ ପଥରମାଡ଼ କରିଥିଲେ। ଏଥିରେ ନୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଜମ୍ମୁ-କଶ୍ମୀର ପୁଲିସ୍‌ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି,“ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ଖବର ଅନୁସାରେ , ପଥରମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ମାସରେ ଶ୍ରୀନଗର ସହରରେ ପଥରମାଡ଼ରେ  ଜଣେ ୧୧ ବର୍ଷର ଝିଅର ଆଖିରେ ଆଘାତ ଲାଗିଥିଲା। ଆନ୍ଦୋଳନକାରୀମାନେ  ସାଧାରଣ ଲୋକଙ୍କ ଉପରେ ପଥର ମାଡ଼ କରୁଥିବା ପୁଲିସ୍‌ କହିଛି।



from Odisha Reporter https://ift.tt/2U5rq9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages