ଆଜି ପ୍ରକାଶ ପାଇବ ଆସାମର ଚୂଡ଼ାନ୍ତ ନାଗରିକ ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ଆଜି ପ୍ରକାଶ ପାଇବ ଆସାମର ଚୂଡ଼ାନ୍ତ ନାଗରିକ ତାଲିକା

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆରସି)।  ରାଜ୍ୟର ୪୦ ଲକ୍ଷରୁ ଅଧିକ ଲୋକଙ୍କ ଭାଗ୍ୟ କଣ ହେବ, ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ତେବେ ଯେଉଁମାନଙ୍କ ନାମ ନାଗରିକ ତାଲିକାରେ ନ ଥିବ ସେମାନେ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଆସାମ ସରକାର। ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତିବିଶେଷଙ୍କୁ  ଆଇନର ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି।

୧୯୫୧ମସିହାରେ ଆସାମର ନାଗରିକ ତାଲିକା ପ୍ରକାଶ ପାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ଏଥିରେ ସଂଶୋଧନ କରାଯାଇଛି। ୧୯୭୧ ପୂର୍ବରୁ ରାଜ୍ୟକୁ ଆସିଥିବା ଲୋକମାନେ ହିଁ ସ୍ଥାୟୀ ନାଗରିକର ମାନ୍ୟତା ପାଇବେ।

ତାଲିକାରେ ସାମିଲ ହୋଇ ନ ଥିବା ବ୍ୟକ୍ତିବିଶେଷ ବିଦେଶୀ ନାଗରିକ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ସେଠାରୁ ନିରାଶ ହେଲେ ହାଇକୋର୍ଟ ଓ ତାପରେ ସୁପ୍ରିମକୋର୍ଟରେ ଆବେଦନ କରିବାର ସୁଯୋଗ ମଧ୍ୟ ରହିଛି। ଏହି ପ୍ରକ୍ରିୟା ଶେଷ ନହେବା ଯାଏ କାହାରିକୁ ବି ଅଟକ ରଖାଯିବ ନାହିଁ କିମ୍ବା କେଉଁଆଡ଼େ ପଠାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହାକୁ ନେଇ ଆସାମରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ରାଜ୍ୟ ପୋଲିସ୍ ସହ ୫୧ କମ୍ପାନୀ ଅଧିକ ଫୋରସ ମୁତୟନ କରାଯାଇଛି। ପୂର୍ବରୁ ଆସାମରେ ୧୬୭ କମ୍ପାନୀ ଫୋର୍ସ ରହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ପଡ଼ିଲେ ୧୪୪ ଧାରା ଲଗାଯିବ।

 



from Odisha Reporter https://ift.tt/2LjOflO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages