ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ, ୧ରୁ ରାଜଧାନୀରେ ନୂଆ ଟ୍ରାଫିକ୍ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ, ୧ରୁ ରାଜଧାନୀରେ ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖରୁ ଅର୍ଥାତ ରବିବାରଠୁ ରାଜଧାନୀରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବ। ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ କମିଶନରେଟ୍ ପୁଲିସ୍ ଧରି କଡ଼ା ଜରିମାନା ଆଦାୟ କରିବ।  ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ ।

ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ନୋ ଓଭର ଟେକିଂ ଜୋନ୍ ଘୋଷଣା କରାଯାଇଛି। ଟ୍ରାଫିକ୍ ଠାରୁ ଶହେ ମିଟର ପୂର୍ବରୁ ଓଭର ଟେକିଂ କଲେ ଗାଡ଼ି ଚାଳକ ଜରିମାନା ଦେବେ। ତା’ସହ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା ପାଇଁ ମଧ୍ୟ ପୁଲିସ ଯୋଜନା କରିଛି। ଏହାଦ୍ୱାରା ଯିଏ ଯେଉଁ ଲେନ୍‌ରେ ଆସୁଛନ୍ତି ସେହି ଲେନ୍‌ରେ ହିଁ ଯିବାକୁ ହେବ। ଏଥିରେ ଖିଲାଫ କଲେ ଡ୍ରୋନ୍ ଟ୍ରାକ୍ କରି ଧରିବ।

ଅନ୍ୟପକ୍ଷରେ କେନ୍ଦ୍ର ପରିବହନ ମନ୍ତ୍ରାଳୟର ନୂଆ ଟ୍ରାଫିକ ନିୟମ ମଧ୍ୟ ଆସନ୍ତା ରବିବାରଠାରୁ ଲାଗୁ ହେବ। ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ ହଜାର, ମଦ୍ୟପାନ କରି ଗାଡ଼ି ଚଲାଇଲେ ୧୦ ହଜାର, ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ ଖିଲାପକାରୀ।  ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିଲେ ହଜାରେ ଏବଂ ୨ଚକିଆ ଯାନରେ ୩ଜଣ ବସିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଏମିତିକି ସ୍ଥଳ ବିଶେଷରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ । ଦିନେ ଦୁଇଦିନ ଭିତରେ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।



from Odisha Reporter https://ift.tt/30McQGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages