ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଜଣାଇଲେ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ସମେତ ଅନେକ ବିଜେପି ନେତା।

ଆଜି ସକାଳେ ସ୍ୱର୍ଗତ ବାଜପେୟୀଙ୍କ ସ୍ମାରକୀ ‘ସଦୈବ ଅଟଳ’ ନିକଟକୁ ଯାଇଥିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତା। ଏହି ସମୟରେ ବାଜପେୟୀଙ୍କ ପୋଷ୍ୟ ଝିଅ ନମିତା କୌଲ ଭଟ୍ଟଚାର୍ଯ୍ୟ ଏବଂ ନାତୁଣୀ ନିହାରିକା ଉପସ୍ଥିତ ଥିଲେ।

ଗତବର୍ଷ ଅଗଷ୍ଟ ୧୬ର ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏହାପରେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।

ବିଜେପି ଦଳକୁ ଗଢ଼ିବାରେ ଯେଉଁ କିଛି ବ୍ୟକ୍ତିଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ବାଜପେୟୀ ଥିଲେ ଅଗ୍ରଗଣ୍ୟ। ତାଙ୍କ ନେତୃତ୍ୱରେ ଏନଡିଏ ଗଢ଼ି ଉଠିଥିଲା। ସେ ଥିଲେ ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ। ସେ ୧୯୯୬ରେ ଏବଂ ୧୯୯୮ରୁ ୨୦୦୪ ମଧ୍ୟରେ ଲଗାତର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

ବାଜପେୟୀଙ୍କର ଜନ୍ମଦିନ ଡିସେମ୍ୱର ୨୫। ତାଙ୍କ ଜନ୍ମଦିନକୁ ଦେଶରେ ଗୁଡ ଗଭର୍ଣ୍ଣାନ୍ସ ଦିବସ ଭାବେ ପାଳନ କରାଯାଏ।



from Odisha Reporter https://ift.tt/2Mj9neX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages