ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ ସହ କଥା ହୋଇଥିଲେ ମୋଦି।

ସ୍ୱାଧୀନତା ଦିବସ ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆଗରେ ପାକିସ୍ତାନ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ସହ ଭାରତ ବିରୋଧରେ ନାରାବାଜି କରୁଥିଲେ। ଏହାପରେ ଖବର ସରବରାହ ସଂସ୍ଥା ଏଏନଆଇର ସାମ୍ୱାଦିକ ଯାଇ ଭାରତର ଜାତୀୟ ପତାକକୁ ଛଡ଼ାଇ ଆଣିଥିଲେ ବିକ୍ଷୋଭକାରୀଙ୍କ ପାଖରୁ। ଏହି ସମୟରେ ଠେଲାପେଲା ମଧ୍ୟ ହୋଇଥିଲା। ଏହାକୁ ନେଇ ବୋରିସ ଦୁଃଖ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଦୂତାବାସ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱସନା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇ କହିଥିଲେ ଆତଙ୍କବାଦ ୟୁରୋପ ସମେତ ସାରା ଦୁନିଆ ପାଇଁ ବିପଦ ପାଲଟିଛି। ଆଗାମୀ ଦିନରେ ଏହାର ନିପାତ ପାଇଁ ଏକାଠି ହେବା ଜରୁରୀ ବୋଲି ମୋଦି କହିଛନ୍ତି।

ଏହାପୂର୍ବରୁ ମୋଦି ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ପାକିସ୍ତାନର ନା ନନେଇ ଆତଙ୍କବାଦକୁ କିଭଳି ନିପାତ କରାଯାଇପାରିବ, ଆଗାମୀ ଦିନରେ ଏହି ପ୍ରସଙ୍ଗରେ ସମସ୍ତ ରାଷ୍ଟ୍ର ଏକ ହେବା ଦରକାର ବୋଲି ଟ୍ରମ୍ପଙ୍କୁ ମୋଦି କହିଥିଲେ।



from Odisha Reporter https://ift.tt/2L2NAou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages