୮ ଦିନରେ କାମ ଶେଷ କର ନହେଲେ ଲୋକଙ୍କୁ କହିବି ମାଡ଼ ମାରିବେ: ଗଡକରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

୮ ଦିନରେ କାମ ଶେଷ କର ନହେଲେ ଲୋକଙ୍କୁ କହିବି ମାଡ଼ ମାରିବେ: ଗଡକରୀ

ନାଗପୁର: ଖୋଲା ମଞ୍ଚରେ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ କହିଛନ୍ତି ‘୮ ଦିନରେ କାମ ଶେଷ କର ନଚେତ ଲୋକଙ୍କୁ କହିବି, ଆଇନ ବ୍ୟବସ୍ଥା ହାତକୁ ନେବେ ଏବଂ ମାଡ଼ ମାରିବେ।” ସ୍ପଷ୍ଟବାଦୀ ଭାବେ ପରିଚିତ ଏହି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗତକାଲି ନାଗପୁରରେ ‘ଲଘୁ ଉଦ୍ୟୋଗ ଭାରତୀ’ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଏହା କହିଛନ୍ତି। ଏମଏସଏମଇ ସହ ଜଡ଼ିତ ଏହି ସଂସ୍ଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ମଧ୍ୟ ଜଡ଼ିତ। ତେବେ କେଉଁ କାମ ପୂରଣ କରିବାକୁ ସେ କହୁଛନ୍ତି ତାହା ସେ ସ୍ପଷ୍ଟ କରି ନାହାନ୍ତି। ସୂଚନାଯୋଗ୍ୟ, ଗଡକରୀ କେନ୍ଦ୍ର ସଡ଼କ ପରିବହନ ସହିତ ସୂଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ମଧ୍ୟ ମନ୍ତ୍ରୀ ରହିଛନ୍ତି।

ଏହି ଅଧିବେଶନରେ ଯୋଗ ଦେଇଥିବା ଏମଏସଏମଇ ବ୍ୟବସାୟୀଙ୍କୁ ଆହ୍ୱାନ କରି ଗଡକରୀ କହିଛନ୍ତି ସେମାନଙ୍କର ବ୍ୟବସାୟ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି। ବ୍ୟବସାୟକୁ ମଧ୍ୟ ଆଗକୁ ବଢ଼ାନ୍ତୁ। କୌଣସି ସରକାରୀ ଅଧିକାରୀ ଆପଣଙ୍କୁ ଅସୁବିଧାରେ ପକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ” ସରକାରୀ ଇନ୍ସପେକ୍ଟର/ନିରୀକ୍ଷକ ଆମ ପାଖକୁ ଆସିଥାନ୍ତି। ସେମାନେ ଲାଞ୍ଚ ନିଅନ୍ତି। ମୁଁ ତାଙ୍କ ସାମ୍ନାରେ ଖୋଲିକି କହୁଛି। ମୁଁ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧି। ମୁଁ ଲୋକଙ୍କ ନିକଟରେ ଉତ୍ତରଦାୟୀ। ଯଦି ଆପଣ ଚୋରି କରିବେ, ତାହେଲେ ମୁଁ କହିବି ଆପଣ ଜଣେ ଚୋର।”

ଶ୍ରୀ ଗଡ଼କରୀ କହିଛନ୍ତି ସେ ଶନିବାର ଆରଟିଓ କାର୍ଯ୍ୟାଳୟରେ ବୈଠକ କରିଥିଲେ। ଏହି ବୈଠକରେ ଆରଟିଓ ଅଧିକାରୀ ଓ ପରିବହନ ଅଧିକାରୀ ଯୋଗ ଦେଇଥିଲେ। “ମୁଁ ସେମାନଙ୍କୁ ୮ ଦିନ ଭିତରେ ସମସ୍ୟାର ସମାଧାନ କରିବା ପାଇଁ କହିଛି। ଅନ୍ୟଥା ଲୋକଙ୍କୁ କହିବି ଆଇନ ହାତକୁ ନେବେ ଏବଂ ମାଡ଼ ମାରିବେ।” ଯେଉଁ ବ୍ୟବସ୍ଥା କାମରେ ଆସୁନାହିଁ ତାକୁ ବାହାରକୁ ଫିଙ୍ଗିଦେବା ଦରକାର ବୋଲି ତାଙ୍କ ଶିଷକ ତାଙ୍କୁ ଶିଖାଇଥିବା ଗଡ଼କରୀ କହିଛନ୍ତି।



from Odisha Reporter https://ift.tt/2P2Xw6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages