ଚେତାଇ ଦେଲା ରିଜର୍ଭ ବ୍ୟାଙ୍କ: ୧୫ ପ୍ରତିଶତ ବଢ଼ିଛି ବ୍ୟାଙ୍କ ଠକେଇ ମାମଲା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

ଚେତାଇ ଦେଲା ରିଜର୍ଭ ବ୍ୟାଙ୍କ: ୧୫ ପ୍ରତିଶତ ବଢ଼ିଛି ବ୍ୟାଙ୍କ ଠକେଇ ମାମଲା 

ନୂଆଦିଲ୍ଲୀ: ଆମ ଦେଶରେ ବଢିଛି ବ୍ୟାଙ୍କ ଠକେଇ ମାମଲା  । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ୨୦୧୮-୧୯ରେ ୧୫ ପ୍ରତିଶତ ଅଧିକ ବ୍ୟାଙ୍କ ଠକେଇ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫ ହଜାର ୯୧୬ଟି ଠକେଇ ମାମଲା ହୋଇଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୬ ହଜାର ୮୦୧ରେ ପହଞ୍ଚିଛି ।

ସେହିପରି ଠକେଇ ଟଙ୍କାର ଅନୁପାତ ଦୃଷ୍ଟି କୋଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୧ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲା। ୨୦୧୮-୧୯ରେ ଏହା ୭୧ ହଜାର ୫୪୨ କୋଟି ୯୩ ଲକ୍ଷକୁ ବୃଦ୍ଧି ପାଇଛି । ଯାହା ପୂର୍ବ ବର୍ଷଠାରୁ ୭୩.୮ ପ୍ରତିଶତ ଅଧିକ। ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଟରନେଟ୍  ବ୍ୟାଙ୍କିଂ, ଡିଜିଟାଲ କାର୍ଡ, ଡିପୋଜିଟ୍, ଫରେନ ଏକ୍ସଚେଞ୍ଜ ଟ୍ରାନଜାକସନ୍, ଚେକ୍ , ଡିମାଣ୍ଡ ଡ୍ରାଫ୍ଟ ଆଦି କ୍ଷେତ୍ରରେ ଏହିସବୁ ଠକେଇ ହୋଇଛି ।



from Odisha Reporter https://ift.tt/2Po3T4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages