କଶ୍ମୀର ଯାଇପାରନ୍ତି ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

କଶ୍ମୀର ଯାଇପାରନ୍ତି ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଯାଇପାରନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସଂସଦ ଶେଷ ହେବାପରେ ଜମ୍ମୁ କଶ୍ମୀର ଅମିତ ଶାହ ଯିବେ ବୋଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥିର କରାଯାଉଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ପ୍ରଥମେ ଜମ୍ମୁ ତାପରେ କଶ୍ମୀର ଘାଟି ଯାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗତ ଶୁକ୍ରବାର କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତ ପର୍ଯ୍ୟଟକଙ୍କୁ ଫେରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଏବେ କଶ୍ମୀର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏମିତିକି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସ୍ଥାନୀୟ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ କିଣି ଘରେ ରଖୁଛନ୍ତି। ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହ ନିଜେ ଗସ୍ତ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି।

ଏହାରି ଭିତରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟାଯିବ ନାହିଁ ବୋଲି ସଂସଦରେ କେନ୍ଦ୍ରର ସ୍ପଷ୍ଟୀକରଣ ମାଗିଛନ୍ତି।

ଅନ୍ୟପଟେ ଗତକାଲି କଂଗ୍ରେସ ସାଂସଦ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ପ୍ରେସ କନଫରେନସ କରି ଜମ୍ମୁ କଶ୍ମୀର ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଭୟ ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ହଠାତ୍ ଘୋଷଣା କରି ପର୍ଯ୍ୟଟକଙ୍କ ପାଇଁ କଶ୍ମୀର ଅସୁରକ୍ଷିତ ବୋଲି ଦର୍ଶାଇଛି କେନ୍ଦ୍ର ଏଥିସହ ରାଜ୍ୟରେ ଭୟରେ ବାତାବରଣ କେନ୍ଦ୍ର ସୃଷ୍ଟି କରୁଛି ବୋଲି ସେ କହିଥିଲେ।



from Odisha Reporter https://ift.tt/2GG0Q19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages