‘ଜାଗା ଦେଖି ଖେଳ କରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

‘ଜାଗା ଦେଖି ଖେଳ କରିବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାଦର ଅନ୍ୟ ନାଁ ରାନୀ ପଣ୍ଡା। ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି ବନି ଯାଇଥିଲେ ସେଲେବ୍ରିଟି। ଖବରର ଶିରୋନାମାରେ ସେ ରହିଥିଲେ। କିଏ ତାଙ୍କୁ ଓଡ଼ିଶାର ରାକ୍ଷୀ ସାୱନ୍ତ କହିଲେ, ତ ଆଉ କିଏ ହଟ୍‌ ସନ୍ନି ଲିଓନି। ଦୀର୍ଘଦିନର ନୀରବତା ପରେ ପୁଣି ଥରେ ଚର୍ଚ୍ଚାକୁ ଫେରିଛନ୍ତି ରାନୀ। ଏଥର କିନ୍ତୁ ଟିକେ ନିଆରା ଗେଟ୍‌ଅପ୍‌ରେ ସେ ଆସିଛନ୍ତି। ପିନ୍ଧି ନାହାନ୍ତି ଅର୍ଦ୍ଧ ନଗ୍ନ ଡ୍ରେସ୍‌। କିନ୍ତୁ ଠାଣି ଓ ଚାହାଣିରେ ଦେଇଛନ୍ତି ଇସାରା। ଷ୍ଟେଜ୍‌ରେ କହିଛନ୍ତି, ଜାଗା ଦେଖି ଖେଳ କରିବି।

ଅଗଷ୍ଟ ୧୫ ତାରିଖରେ କଟକରେ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ନାଟକ ପରିବେଷଣ କରିଥିଲା। ନାଟକ ଆରମ୍ଭରୁ ରାନୀ ଷ୍ଟେଜ୍‌ ଉପରକୁ ଆସିଥିଲେ। ଏଥର ସେ ଅର୍ଦ୍ଧନଗ୍ନ ଡ୍ରେସ୍ ନୁହେଁ, ନୀଳ ରଙ୍ଗର ଶାଢ଼ି ଓ ବ୍ଲାଉଜ୍‌ ପିନ୍ଧିଥିଲେ। ଝିଲ୍‌ମିଲ୍‌ ଆଲୁଅରେ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ସମ୍ୱୋଧିତ କରି ରାନୀ କହିଥିଲେ, “ଡ୍ୟାନ୍ସ ବା କୌଣସି କଥାବାର୍ତ୍ତାରେ ଭୁଲ ଭଟ୍‌କା ରହିଲେ ମାଆ ଓ ଭଉଣୀମାନେ ମୋତେ କ୍ଷମା କରିଦେବେ। କାରଣ ଏଇଟା ମୋର ପ୍ରଫେସନ୍‌। ଆଉ ପ୍ରଫେସନ୍‌ରେ ମୋର ବାପା, ମାଆ, ଭାଇ ଓ ଭଉଣୀ ଯିଏବି ସାମ୍ନାକୁ ଆସିଲେ, ମୁଁ ସେମାନଙ୍କୁ ଖାତିର କରେ ନାହିଁ। ଏଠି କେବଳ ମୁଁ ମୋର ଯାତ୍ରା ପ୍ରେମୀମାନଙ୍କୁ ଚିହ୍ନେ, ଆଉ କାହାକୁ ନୁହେଁ।”

ରାନୀଙ୍କ କଥା ସହିତ ତାଳ ଦେଇ ମ୍ୟୁଜିକବାଲା ବାଜା ବଜାଇ ଥିଲେ। ହେଲେ ଦର୍ଶକ ତାଳି ମାରି ନଥିଲେ। ରାନୀ ହସ ହସ ମୁହଁରେ ଦର୍ଶକଙ୍କୁ ତାଳି ମାରିବାକୁ କହିଥିଲେ। ଆଉ ତା’ପରେ ଦର୍ଶକମାନେ ତାଳି ମାରିଥିଲେ। ଏହା ପରେ ରାନୀ କହିଥିଲେ, “ମୋତେ ତ କେତେ କ’ଣ କରିବାକୁ ମନ ହେଉଛି। ହେଲେ କ’ଣ ହେବ, ବର୍ତ୍ତମାନ ମୁଁ ଯେଉଁ ପୋଲିଓ ଟିକାର ବାମ୍ଫ ନେଇଛି, ମୋର ସବୁ ଠିପି ବନ୍ଦ ହୋଇଯାଇଛି। ବ୍ୟସ୍ତ ହୁଅନି ଜାଗା ଦେଖି ଖେଳ କରିବି।” ରାନୀଙ୍କର ଏହି ଡାଏଲଗ୍‌ ପରେ ଉକ୍ତ ସ୍ଥାନ କରତାଳିରେ କମ୍ପି ଉଠିଥିଲା।

ଚଳିତବର୍ଷ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ରାନୀ। ତାଙ୍କ ଜୀବନକୁ ନେଇ ତିଆରି ହୋଇଛି ନାଟକ “ଆଇଟମ୍‌ ଗାର୍ଲ ରାନୀ”। ଏହି ସମାନ ଟାଇଟଲ୍‌ରେ ଗୋଟିଏ ଓଡ଼ିଆ ଫିଲ୍ମ ହେଉଥିବାରୁ ମଝିରେ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ରାନୀଙ୍କ ଏନେଇ କିଛି ଚିନ୍ତା ନାହିଁ।



from Odisha Reporter https://ift.tt/2KTYlcQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages