ଚିଦାମ୍ୱରମଙ୍କୁ ମିଳିଲାନି ତତ୍କାଳ ଜାମିନ୍, ଲୁକ୍ ଆଉଟ୍ ନୋଟିସ୍ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ଚିଦାମ୍ୱରମଙ୍କୁ ମିଳିଲାନି ତତ୍କାଳ ଜାମିନ୍, ଲୁକ୍ ଆଉଟ୍ ନୋଟିସ୍ ଜାରି

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ। ଏବେ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ୱରମଙ୍କୁ ଯେତେବେଳେ ଚାହିଁବେ ଗିରଫ କରିପାରିବେ। ଅନ୍ୟପଟେ ଗିରଫ ଭୟରେ ଦେଶ ବାହାରକୁ ଚିଦାମ୍ୱରମ ପଳାଇ ଯାଇ ପାରନ୍ତି ଆଶଙ୍କା କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀ ହାଇକୋର୍ଟ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ କରିବା ପରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଦାମ୍ୱରମ। ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖୁଛନ୍ତି କପିଲ୍ ସିବଲ। ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ତୁରନ୍ତ ଗିରଫଦାରୀ ଉପରେ ରୋକ୍ ଲଗାଯାଉ ବୋଲି ଚିଦାମ୍ୱରମଙ୍କ ଓକିଲ ଦାବି କରିଥିଲେ। କିନ୍ତୁ ଏହି ମାମଲାର ତତ୍କାଳ ଶୁଣାଣି କରିପାରିବେ ନାହିଁ ବୋଲି ଜଷ୍ଟିସ ରମନ୍ନା କହିଥିଲେ। ଏହାପରେ ଫାଇଲଟିକୁ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପାଖକୁ ପଠାଇଦେଇଛନ୍ତି।

ଅନ୍ୟପଟେ ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଗତକାଲି ପ୍ରଥମେ ସନ୍ଧ୍ୟାରେ ତାପରେ ବିଳମ୍ୱିତ ରାତିରେ ସିବିଆଇ ଚିଦାମ୍ୱରମଙ୍କ ଦିଲ୍ଲୀ ବାସ ଭବନକୁ ଯାଇଥିଲା। ହେଲେ ଚିଦାମ୍ୱରମଙ୍କ ଖୋଜ୍ ଖବର ଏଯାଏ ମିଳିନଥିବା ସୂଚନା ରହିଛି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ରହିଛି। ଗତକାଲି ଦିଲ୍ଲୀ ହାଇକୋର୍ଟ ଜାମିନ୍ ଖାରଜ କରିବା ପରେ ଚିଦାମ୍ୱରମଙ୍କ ଦିଲ୍ଲୀ ବାସଭବନକୁ ସିବିଆଇ ଚାରି ଥର ଆସି ଘୁରିଥିବା ଏଏନଆଇ ସୂତ୍ରରୁ ଜଣାପଡ଼ିଛି।

୨୦୦୭ ମସିହା ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ଗତକାଲି ଦିଲ୍ଲୀ ହାଇକୋର୍ଟ କୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।



from Odisha Reporter https://ift.tt/2P74Zlu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages