ନୂଆଦିଲ୍ଲୀ: ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅର କଣ୍ଠସ୍ୱର ନକଲ କରି ଜଣେ ଯୁବକ ଗୋଟିଏ ଗାଡ଼ି ଶୋ’ ରୁମ୍ରୁ ଅଡି କାର୍ ନେଇଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବକଙ୍କ ନାଁ ସୁରେଶ ଘାଞ୍ଚି। ତାଙ୍କ ଘର ରାଜସ୍ଥାନର ପାଲୀ ଜିଲ୍ଲାରେ।
ମିଳିଥିବା ସୂଚନା ଅନୁସାରେ, ଘାଞ୍ଚି ପ୍ରଥମେ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ଭଏସରେ ଅଡି ଶୋ’ ରୁମ୍ର ମାଲିକଙ୍କ ସହ କଥା ହୋଇଥିଲା। ମୋର ଜଣେ ଲୋକ ତୁମ ଶୋ’ ରୁମ୍କୁ ଯାଉଛି, ତାକୁ ତମେ ଭଲ କଣ୍ଡିସନ୍ ଥିବା ସେକେଣ୍ଡ ହେଣ୍ଡ୍ ଅଡି କାର୍ ଦେଇଦେବ ବୋଲି କହିଥିଲା।
କିଛି ସମୟ ପରେ ଘାଞ୍ଚି ଶୋ’ ରୁମ୍ରେ ପହଞ୍ଚି ବୈଭବ ପଠାଇଥିବା କହିଥିଲା। ମୁଁ ବୈଭବ ଗେହଲଟଙ୍କ ସହ କଥା କରାଇଦେଉଛି, ମୋତେ ତୁମେ କାର୍ ଦିଅ ବୋଲି ଶୋ’ ରୁମ୍ର ମ୍ୟାନେଜରଙ୍କୁ କହିଥିଲା।
ବୈଭବଙ୍କ ଫୋନ୍ ଆସିଥିଲା, ନିଜ ପସନ୍ଦର ଗାଡ଼ି ନେଇଯିବା ପାଇଁ ଶୋ’ ରୁମ୍ର ମ୍ୟାନେଜର କହିଥିଲେ। ଏନେଇ ଘାଞ୍ଚି ଶୋ’ ରୁମ୍ ମାଲିକଙ୍କୁ ଆଡଭାନ୍ସ ୫୦ ଲକ୍ଷ ୭୫ ଟଙ୍କାର ଚେକ୍ ଦେଇଥିଲା। ତା’ପରେ ଅଡି ନେଇ ପଳାଇ ଆସିଥିଲା। ଶୋ’ରୁମ୍ ମାଲିକ ଏହି ଚେକ୍କୁ ବ୍ୟାଙ୍କରେ ଡିପୋଜିଟ୍ କରିଥିଲେ। ହେଲେ ଚେକ୍ଟି ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ପରେ କୌଣସି ଅଡି କାର୍ ମୁଖ୍ୟମନ୍ତ୍ରୀଙ୍କ ପୁଅର ଫୋନ୍ ଆସି ନଥିବା ଶୋ’ ରୁମ୍ର ମାଲିକ ଜାଣିବାକୁ ପାଇଥିଲେ।
ସୂଚନାଯୋଗ୍ୟ, ଅଗଷ୍ଟ ୧୯ ତାରିଖ ଦିନ ଘାଞ୍ଚି ପୂର୍ବତନ ବିଧାୟକ ଭୀମରାଜ ଭାଟିଙ୍କ ଭଏସ୍ ନକଲ କରି ଅନ୍ୟ ଏକ ଶୋ’ ରୁମ୍ରୁ ଦୁଇଟି ଗାଡ଼ି ନେଇଯାଇଥିଲେ।
ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘାଞ୍ଚିଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
from Odisha Reporter https://ift.tt/2ZItjxP
No comments:
Post a Comment