ପୁରୀ ଯାଉଥିଲେ, ପିଟି ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ପୁରୀ ଯାଉଥିଲେ, ପିଟି ଦେଲା ଟ୍ରକ୍‌

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାଣୀଶ୍ରୀ କଲେଜ୍‌ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ କୈଳାସ ଚନ୍ଦ୍ର ବିଶ୍ୱାଳ। ତାଙ୍କ ଘର କାଜିପୁର ଗାଁରେ। ଗୁରୁତରଙ୍କ ନାଁ ବ୍ରହ୍ମାନନ୍ଦ ବିଶ୍ୱାଳ।

ଆଜି ସକାଳେ କୈଳାସ ଓ ତାଙ୍କ ପୁଅ ବାଇକ୍‌ ଯୋଗେ ପୁରୀ ଯାଉଥିଲେ। ବାଣୀଶ୍ରୀ କଲେଜ୍ ନିକଟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ କୈଳାସଙ୍କର ମୃତ୍ୟୁ ଘଟିଥିଲା। ବ୍ରହ୍ମାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଟ୍ରକ୍‌କୁ ମଧ୍ୟ ଜବତ କରିଛି। ତେବେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ପିପିଲି-ନିମାପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ତେଣୁ ଭୁବନେଶ୍ୱରରୁ କୋଣାର୍କ ଓ ଭୁବନେଶ୍ୱରରୁ କାକଟପୁର ଆସୁଥିବା ଗାଡ଼ିଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ନିମାପଡ଼ା ଏସ୍‌ଡିପିଓ  ଏବଂ ବଳଙ୍ଗା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ।

 



from Odisha Reporter https://ift.tt/30WpbYL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages