ବ୍ରହ୍ମପୁର ( ଓଡ଼ିଶା ରିପୋର୍ଟର ): ମଞ୍ଚ ଉପରେ ବ୍ରହ୍ମପୁରର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଛି। ଗଜପତି ପାରଳାଖେମୁଣ୍ଡିରେ ଗତକାଲି ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମଞ୍ଚ ଉପରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଲେ ଥର ସାଂସଦ ଥିବା ବରିଷ୍ଠ ରାଜନେତା ଚନ୍ଦ୍ରଶେଖର ସାହୁ।
ଉକ୍ତ ଯୁବକ ହେଉଛନ୍ତି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ। ବିଜେଡିରେ ଯୋଗ ଦେବା ନିମନ୍ତେ ସଂଗ୍ରାମ ଗତକାଲି ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ସେ ମଞ୍ଚ ଉପରେ ସାଂସଦଙ୍କୁ ଉପଢୌକନ ଦେଉଥିବା ସମୟରେ ଏପରି ଘଟଣା ଘଟିଛି। ସେଠାରେ ଉପସ୍ଥିତ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପଛର କାରଣ ସ୍ପଷ୍ଟ ଭାବେ ଜଣା ପଡ଼ି ନ ଥିବା ବେଳେ ଏହା ପାରଳାଖେମୁଣ୍ଡି ଓ ସମଗ୍ର ଗଜପତି ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି।
ଏହି ଭିଡିଓ ସୋସାଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସାଂସଦ ମଞ୍ଚ ଉପରେ ଜଣଙ୍କୁ ଚାପୁଡ଼ା ମାରିଲେ, ତାର କାରଣ ଜଣାପଡିନାହିଁ ।
ଚନ୍ଦ୍ରଶେଖର ପୂର୍ବରୁ କଂଗ୍ରେସ ଦଳର ଜଣେ ତୁଙ୍ଗ ନେତା ଥିବା ବେଳେ ପରେ ବିଜେଡିକୁ ଆସିଥିଲେ। ଗତ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ସେ ବ୍ରହ୍ମପୁର ଲୋକସଭା ଆସନରେ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ଏହି ଆସନରେ ପୂର୍ବରୁ ୨ ଥର ଅଭିନେତା ସିଦ୍ଧାନ୍ତ ମହାପାତ୍ର ସାଂସଦ ଥିବା ବେଳେ ଗତ ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ସୁଯୋଗ ମିଳିଥିଲା। ହେଲେ ଏବେ ତାଙ୍କର ଏପରି ଆଚରଣ ଦଳୀୟ ପ୍ରତିଛବିକୁ ସର୍ବସାଧାରଣରେ ମଳିନ କରିଥିବା ଆଲୋଚନା ହେଉଛି।
from Odisha Reporter https://ift.tt/2kVdHoo
No comments:
Post a Comment