ଓଡ଼ିଆ ଗବେଷକଙ୍କ ଯୋଗୁଁ ଶସ୍ତା ଓ ସହଜ ହେବ କର୍କଟ ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଓଡ଼ିଆ ଗବେଷକଙ୍କ ଯୋଗୁଁ ଶସ୍ତା ଓ ସହଜ ହେବ କର୍କଟ ଚିକିତ୍ସା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର ବା କର୍କଟ ରୋଗ ଚିକିତ୍ସା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର ବାହାର କରି ଚୀନ ରାଜଧାନୀ ବେଜିଂରେ ସମ୍ମାନୀତ ହୋଇଛନ୍ତି ଓଡ଼ିଶାର ଝିଅ ତଥା ଉଦ୍ୟୋଗୀ ଡକ୍ଟର ନୁସରତ ଜେ.ଏମ୍. ସଂଘମିତ୍ରା। ଶରୀରରେ କ୍ୟାନସର ହୋଇଥିବା ସ୍ଥାନରେ ସଠିକ୍ ଭାବରେ ଔଷଧ ପ୍ରୟୋଗ କରିବା ପାଇଁ ଆବଶ୍ୟକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛନ୍ତି ସଂଘମିତ୍ରା। ଏଥିପାଇଁ ସେ ଏକ ଷ୍ଟାର୍ଟ ଅପ୍ କମ୍ପାନୀ ସାୟକା ଅଙ୍କୋସଲ୍ୟୁସନ(CyCa OncoSolutions) ପ୍ରତିଷ୍ଠା କରିଛନ୍ତି।

ଏହି ଯନ୍ତ୍ରାଂଶ ଜରିଆରେ କ୍ୟାନସର ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଇଞ୍ଜେକସନ ଦେଇ ହେବ। ଫଳରେ କ୍ୟାନସର ଦ୍ୱାରା ଆକ୍ରାନ୍ତ ହୋଇଥିବା ଶରୀରର ସେହି ଅଂଶକୁ ସଠିକ୍ ପ୍ରତିଷେଧକ ମିଳିପାରିବ।

ମହିଳା ଉଦ୍ୟୋଗୀଙ୍କୁ ଆଗକୁ ଆଣିବା ପାଇଁ ଚାଇନା ଦ୍ୱାରା ୪ ଦିନିଆ ‘She Loves Tech’(ସି ଲଭ ଟେକ୍) କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ମହିଳାମାନେ ତାଙ୍କ ବୈଷୟିକ ଜ୍ଞାନ, ଉଦ୍ଭାବନ ଆଦିକୁ ଉପସ୍ଥାପନ କରିପାରିବେ।

ନିକଟରେ ସଂଘମିତ୍ରାଙ୍କ ସାୟକା ଅଙ୍କୋସଲ୍ୟୁସନ ‘ସି ଲଭ ଟେକ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସେତେବେଳେ କେରଳା  ଷ୍ଟାର୍ଟ ଅପ୍ (କେଏସୟୁଏମ) ଦ୍ୱାରା ଆୟୋଜିତ ହୋଇଥିଲା। ଏହାପରେ ବେଜିଂରେ ଆୟୋଜିତ ବିଶ୍ୱସ୍ତରୀୟ ସି ଲଭସ୍‌ ଟେକ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ କେଏସୟୁଏମ୍ ଡକ୍ଟର ନୁସରତଙ୍କୁ ପଠାଇଥିଲା ଚାଇନା। ସାୟକା ଅଙ୍କୋସଲ୍ୟୁସନ ବେଜିଂରେ ତୃତୀୟ ବିଜେତା ହୋଇଥିବା ବେଳେ ଜର୍ମାନୀ ପ୍ରଥମ ବିଜେତା ଏବଂ ଆମେରିକା ଦ୍ୱିତୀୟ ବିଜେତା ହୋଇଥିଲା।

ସୂଚନାଯୋଗ୍ୟ, ସାୟକା ଅଙ୍କୋସଲ୍ୟୁସନ କ୍ୟାନସର ପାଇଁ ଅନେକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛି। କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କିଭଳି କମ୍ କ୍ଷତି ଅଧିକ ଲାଭ ହେବ ସେ ନେଇ ନାନୋ ଟେକ୍ନୋଲୋଜି ମାଧ୍ୟମରେ ଅନେକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛି ସଂଘମିତ୍ରାଙ୍କ ଷ୍ଟାର୍ଟ ଅପ କମ୍ପାନୀ।

ତୃତୀୟ ବିଜେତା ହେବା ପରେ ସଂଘମିତ୍ରା ପ୍ରତିକ୍ରିୟାରେ କହିଛନ୍ତି ତାଙ୍କର ଏହି ଟେକ୍ନୋଲୋଜି ଦ୍ୱାରା କ୍ୟାନସର ଚିକିତ୍ସା ବହୁତ କମ୍ ଖର୍ଚ୍ଚରେ ହୋଇପାରିବ। କ୍ୟାନସର ଚିକିତ୍ସା ବ୍ୟୟବହୁଳ ହେଉଥିବା ବେଳେ ଆଗାମୀ ଦିନରେ ବିଶ୍ୱବାସୀ ତାଙ୍କର ଏହି ଯନ୍ତ୍ରାଂଶ ଦ୍ୱାରା ଉପକୃତ ହେବେ ବୋଲି ସେ କହିଛନ୍ତି।

ଉଦ୍ୟୋଗୀ ହେବା କ୍ୟାରିଅରର ଏକ ଅଂଶ ନୁହେଁ ବରଂ ଜୀବନଶୈଳୀକୁ ଏହା ସରଳୀକରଣ କରାଇଥାଏ।

ଡାକ୍ତର ନୁସରତ ସଂଘମିତ୍ରା ପ୍ରଥମେ ଏହି ଗବେଷଣା ଭୁବନେଶ୍ୱର ସ୍ଥିତ କିଟ୍-ଟିବିଆଇରୁ କରିଥିଲେ। ଏବେ ତାଙ୍କର କମ୍ପାନୀ ପୁନେ ସ୍ଥିତ ଏନସିଏଲ ଇନୋଭେସନ ପାର୍କକୁ ସ୍ଥାନାନ୍ତରିତ ହୋଇଛି। ନୁସରତ ରସାୟନ ବିଜ୍ଞାନରେ ଗବେଷଣା କରି ଡକ୍ଚର ଉପାଧି ପାଇଛନ୍ତି। ସେ ଏବେ ପ୍ରୋଟିନ୍ ଇଞ୍ଜିନିୟରିଂ, ବାୟୋଫିଜିକସ ଏବଂ ସେଲ୍ ବାୟୋଲୋଜି ଉପରେ ଗବେଷଣା କରୁଛନ୍ତି।



from Odisha Reporter https://ift.tt/2meMm0W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages