ସର୍ପାଘାତରେ ଚାଲିଗଲା ୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ସର୍ପାଘାତରେ ଚାଲିଗଲା ୩ ଜୀବନ

ବାଲିଗୁଡ଼ା/ସୋର(ଓଡ଼ିଶା ରିପୋର୍ଟର): ରବିବାର ରାତିରେ ସାପକାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଗତକାଲି ରାତିରେ ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ ଘଟିଛି ଏ ଘଟଣା।

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଟେପାର ଗାଁରେ ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ ଘଟିଛି।  ସେମାନେ ହେଲେ ରାଜଲଷ୍ମୀ ମଲିକ (୩୫) ଓ ତାଙ୍କ ପୁଅ ଆଦିତ୍ୟ ପ୍ରଧାନ (୮)।  ରାଜଲଷ୍ମୀ ଜଣେ ଅଙ୍ଗନବାଡି କର୍ମୀ ଥିଲେ। ଗତକାଲି ରାତିରେ ମା’ପୁଅ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ସେମାନଙ୍କୁ କ.ନୂଆ ଗାଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ  ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରାଜଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଜାମ୍ୱ ଗାଁରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମାଧବାନନ୍ଦ ମାରଣ୍ଡି। ସେ ଔପଦା କଲେଜରେ ଯୁକ୍ତ ଦୁଇର ଛାତ୍ର ଥିଲେ।

ଗତକାଲି ରାତିରେ ସେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଥିଲା। ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ରବିବାର ରାତିରେ ଗଞ୍ଜାମ ଜିଲ୍ଲାରେ ୩ ଜଣ, ଅନୁଗୋଳରେ ୨ ଓ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ସାପ କୁମଡ଼ାରେ ମୃତ୍ୟୁ ଘଟିଥିଲା।

 



from Odisha Reporter https://ift.tt/2le0UO4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages