ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ରାୟଗଡ଼ା-ବ୍ରହ୍ମପୁର ରାସ୍ତାର ୩୨୬ ନମ୍ୱର ଜାତୀୟ ରାଜପଥର ଭୁଜବଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ଜଣେ ଜଣେ ସାଇକେଲ ଚାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଗୁଆବଂଶ ଚୈତନ୍ୟ (୫୦)। ଗୁରୁତରଙ୍କ ନାଁ ବୀରସେନ ସିଂହ। ଚୈତନ୍ୟ ଜେକେ କାଗଜକଳରେ କାମ କରୁଥିଲେ।
ଆଜି ସକାଳେ ଚୈତନ୍ୟ ଡ୍ୟୁଟି ଯାଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ତେବେ ସେ ତଳେ ପଡ଼ିଯିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଉଥିବା ବେଳେ ବୀରସେନ୍ଙ୍କୁ ମଧ୍ୟ ସେହି ଟ୍ରକ୍ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଡାକ୍ତରଖାନାକୁ ନିଆଉଥିବା ବେଳେ ରାସ୍ତାରେ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା। ବୀରସେନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୁଲିସ୍ ଜବତ କରିଛି। ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ତେବେ କୋଲନରା ବିଡିଓ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
from Odisha Reporter https://ift.tt/2lj24re
No comments:
Post a Comment