ବିହାର : ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି। ଯାହାକି ଏବେ ଚର୍ଚ୍ଚାର କାରଣ ପାଲଟିଛି। ସୁଶୀଲ ଟ୍ୱିଟ କରି କହିଛନ୍ତି ଯେ, ଶ୍ରାବଣ-ଭାଦ୍ରବ ମାସରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହା କିଛି ନୂଆ କଥା ନୁହେଁ। ଏହାକୁ କେବଳ ରାଜନୀତିକରଣ କରାଯାଉଛି।
ଜିଡିପି ଖୁବ୍ ତଳକୁ ଖସି ଆସିଥିବା ବେଳେ ଏହାକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଏପରି ସ୍ଥିତିରେ ସୁଶୀଲଙ୍କ ଏପରି ହାଲକା ମନ୍ତବ୍ୟକୁ ବିଭିନ୍ନ ମହଲରୁ ଖୁବ୍ ଆଲୋଚନା କରାଯାଉଛି।
ସୁଶୀଲଙ୍କ ମତରେ, ଶ୍ରାବଣ-ଭାଦ୍ରବ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ କରି ନ ଥାନ୍ତି। ଏହାବ୍ୟତୀତ କୌଣସି ନୂଆ ସାମଗ୍ରୀ କିଣିବାକୁ ଏହି ମାସକୁ ସେମାନେ ଶୁଭ ବୋଲି ଭାବି ନ ଥାନ୍ତି। ଏଥିଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବା ସ୍ୱାଭାବିକ।
ଏହି ସ୍ଥିତିକୁ ମୁକୁଳିବା ଲାଗି କେନ୍ଦ୍ର ସରକାର ୩୨ ସୂତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ପ୍ରଭାବରେ ଆସନ୍ତା ମାସଗୁଡ଼ିକରେ ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ। ତେଣୁ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ବିହାରରେ ମାନ୍ଦାବସ୍ଥାର କୌଣସି ପ୍ରଭାବ ପଡ଼ି ନ ଥିବା କହିଛନ୍ତି ସୁଶୀଲ ମୋଦି।
केंद्र सरकार ने अर्थव्यवस्था में तेजी लाने के लिए 32 सूत्री राहत पैकेज की घोषणा और 10 छोटे बैंकों के विलय की पहल से लेंडिंग कैपिसिटी बढ़ाने जैसे जो चौतरफा उपाय किये हैं, उनका असर अगली तिमाही में महसूस किया जाएगा।
वैसे तो हर साल सावन-भादो में मंदी रहती है, लेकिन इस बार……. pic.twitter.com/6pu1xkqzWP
— Sushil Kumar Modi (@SushilModi) September 1, 2019
from Odisha Reporter https://ift.tt/2jQgZbZ
No comments:
Post a Comment