ଛାତ୍ରଙ୍କ ନାଁରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଋଣ କରିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ଛାତ୍ରଙ୍କ ନାଁରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଋଣ କରିଥିବା ଅଭିଯୋଗ

ବାରିପଦା (ମାଣିକଲାଲ୍ ପାଣି): ଛାତ୍ରମାନେ ଜାଣି ନାହାନ୍ତି, କିନ୍ତୁ ସେମାନଙ୍କ ନାଁରେ ଉଠା ହୋଇଛି ଷ୍ଟଡି ଲୋନ୍‌। ପୁଣି ଆଉ କେହି ନୁହେଁ, ସେମାନେ ଯେଉଁ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି, ତା’ର କର୍ତ୍ତୃପକ୍ଷ କରିଛନ୍ତି ଏହି ବେଆଇନ୍ କାମ। ଏମିତି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ବ୍ଲକର ପାଟପୁର ସ୍ଥିତ ଡିପ୍ଲୋମା ଇଂଜିନିୟରିଂ ସ୍କୁଲ୍‌ରୁ। ଏହି ସ୍କୁଲ୍‌ର ୫୬ ଜଣ ଛାତ୍ରଙ୍କ ନାଁରେ ଜଣ ପିଛା ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ବ୍ୟାଙ୍କରୁ ଋଣ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ , ଗତକାଲି ସ୍କୁଲ୍‌ର କିଛି ଛାତ୍ର କୌଣସି କାର୍ଯ୍ୟରେ ବାରିପଦା ସ୍ଥିତ ବିଜୟା ବ୍ୟାଙ୍କକୁ ଯାଇଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ ସ୍କୁଲର ୫୬ ଜଣ ଛାତ୍ରଙ୍କ ନାଁରେ ଲୋନ୍ ହୋଇଛି। ଏ କଥା ପ୍ରଘଟ ହେବା ପରେ ସ୍କୁଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ୫୬ ଜଣ ଛାତ୍ର ଏକାଠି ଯାଇ ଗତକାଲି ରାତିରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ସେମାନଙ୍କୁ ଆଉ ସ୍କୁଲ୍‌ରେ ପୂରାଇ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନାହିଁ।

 

 



from Odisha Reporter https://ift.tt/2lfxAXx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages