ବିମାନବନ୍ଦରର ବଳକା ଖାଦ୍ୟରେ ଭୋକିଲାଙ୍କ ପେଟ ଭରୁଛନ୍ତି ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ବିମାନବନ୍ଦରର ବଳକା ଖାଦ୍ୟରେ ଭୋକିଲାଙ୍କ ପେଟ ଭରୁଛନ୍ତି ଯୁବକ

ମୁମ୍ବାଇ: ଭାରତରେ ପ୍ରସ୍ତୁତ ହେଉଥିବା ୧୦୦ ଭାଗ ଖାଦ୍ୟରୁ ୪୦ ଭାଗ ନଷ୍ଟ ହେଉଛି। ପ୍ରତିଦିନ ପ୍ରାୟ ୧୯୪ ନିୟୁତ ଲୋକ ଉପାସ ରହୁଥିବା ସର୍ଭରୁ ଜଣାପଡିଛି। ଦିନକୁ ଦିନ ଦେଶରେ ଭୋକରେ ରାତି ବିତାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ କିଛି ଲୋକ ଏବଂ ସଂଗଠନ ବଳକା ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଲାଗିଛନ୍ତି। ସେମିତି ଏକ ସଂଗଠନ ହେଉଛି ‘ଫିଡିଂ ଇଣ୍ଡିଆ’।

ଏହି ସଂଗଠନ ମହାରାଷ୍ଟ୍ରର ୮୨ଟି ସହରର ଶତାଧିକ ଲୋକଙ୍କ ନିକଟରେ ବଳକା ଖାଦ୍ୟ ପହଞ୍ଚାଉଛି। ଗତ ୫ ବର୍ଷ ହେବ ଏହି ସଂଗଠନ ଏହି ସେବାରେ ଲିପ୍ତ ରହିଛି। ମୁମ୍ବାଇର ଛତ୍ରପତି ଶିବାଜୀ ଘରୋଇ ବିମାନବନ୍ଦନ ଏବଂ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ସହ ପାର୍ଟନରସିପ୍‌ କରି ବିମାନବନ୍ଦରର ବଳକା ଖାଦ୍ୟକୁ  ଆଣିବାପାଇଁ କଥାବାର୍ତ୍ତା କରିଛନ୍ତି।
ଏହି ସଂଗଠନର ପ୍ରତିଷ୍ଠାତା ଅଙ୍କିତଙ୍କ କହିବା ଅନୁଯାୟୀ, ବିମାନବନ୍ଦରର ରେସ୍ତୋରାଁରେ ଯେଉଁଖାଦ୍ୟ ସବୁ ପ୍ରସ୍ତୁତ ହୁଏ ତାର ଅଧାଖାଦ୍ୟ ଡଷ୍ଟବିନ୍‌କୁ ଚାଲିଯାଏ। ନିୟମ ଅନୁଯାୟୀ ବିବାନବନ୍ଦରରେ ରନ୍ଧାଯାଇଥିବା ଖାଦ୍ୟକୁ ତା’ପର ଦିନ ପର୍ଯ୍ୟନ୍ତ ମଧ୍ୟ ରଖାଯାଏନାହିଁ। ବାହାର ଦେଶରେ ବିଭିନ୍ନ ବିମାନବନ୍ଦରରେ ବଳକା ଥିବା ଖାଦ୍ୟକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। କିନ୍ତୁ ଭାରତରେ ଏଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ। ତେଣୁ ଆମେ ଏସବୁ ଖାଦ୍ୟକୁ ନଷ୍ଟ କରିବା ପରିବର୍ତ୍ତେ ଭୋକିଲା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ।

ନୂଆଦିଲ୍ଲୀରେ ବାସ କରୁଥିବା ଅଙ୍କିତ କାୱାତର ଫିଡିଂ ଇଣ୍ଡିଆ ଗଠନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ଯେତେବେଳେ କୌଣସି ଏକ  ବିବାହ ଉତ୍ସବକୁ ଯାଉଥିଲେ ସେଠାରେ ସେ ଲୋକମାନଙ୍କୁ ଅଧିକ ଖାଦ୍ୟ ନଷ୍ଟ କରୁଥିବାର ଦେଖିବାକୁ ପାଇଲେ। ଯେତେବେଳେ କି ସହରର ଅଧିକାଂଶ ଲୋକ ଖାଇବାକୁ ନପାଇ ପେଟରେ ଓଦା କନା ପକାଇ ଶୋଉଥିଲେ। ତେଣୁ ସେ ଚିନ୍ତାକଲେ ଯେ ଏମିତି ଯେଉଁ ସବୁ ସ୍ଥାନରେ ଖାଦ୍ୟ ବଳକା ରହିଯାଇଛି ସେସବୁ ସ୍ଥାନରୁ ଖାଦ୍ୟ ନେଇ ଭୋକିଲାଙ୍କ ପାଖରେ ପହଞ୍ଚାଇବା ଠିକ୍‌ ହେବ। ଏହାଦ୍ୱାରା ସେ ଦୁଇଟି ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ। ଗୋଟେ ହେଉଛି ଖାଦ୍ୟ ନଷ୍ଟହେବନି ଆଉ ଲୋକେ ଭୋକିଲା ରହିବେନି।

ଖାଦ୍ୟକୁ ବିମାନବନ୍ଦରରୁ ଲୋକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ଏହି ସଂଗଠନ ସେ ଖାଦ୍ୟକୁ ଭଲ ଭାବେ ପରୀକ୍ଷା କରନ୍ତି। ମହାରାଷ୍ଟ୍ରର ଗୋରେଗାଓଁ  ଅଞ୍ଚଳର ଗରିବ ଲୋକଙ୍କୁ ଏହି ଖାଦ୍ୟ ପହଞ୍ଚାଯାଇଥାଏ। ଏଥିସହ ଗରିବ ପିଲାମାନଙ୍କୁ ମଧ୍ୟ ଏହି ଖାଦ୍ୟ ବଣ୍ଟାଯାଉଛି।

How Unsold Food From Bengaluru, Mumbai Airports Is Feeding 100+ Kids Daily!



from Odisha Reporter https://ift.tt/2UY9aiH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages