ଆଇରନ୍‌ ମ୍ୟାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ଆଇରନ୍‌ ମ୍ୟାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର

ୱାଶିଂଟନ୍‌: ବକ୍ସ ଅଫିସ୍‌ ଆୟରେ ସବୁ ରେକର୍ଡ ଭାଙ୍ଗିଥିବା ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ୍‌’ ଦର୍ଶକଙ୍କୁ ଯେତିକି ଉତ୍ସାହିତ କରିଥିଲା ସେତିକି ଦୁଃଖ ମଧ୍ୟ ଦେଇଥିଲା। ଏହି ଫିଲ୍ମରେ ଆଇରନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ଦର୍ଶକଙ୍କୁ ସବୁଠୁ ଅଧିକ ଦୁଃଖ ଦେଇଥିଲା। କାରଣ ଦର୍ଶକମାନେ ଭାବି ନେଇଥିଲେ ଯେ ସେମାନେ ଆଉ ପରଦାରେ ଆଇରନ୍‌ ମ୍ୟାନ୍‌ଙ୍କୁ ଦେଖିପାରିବେ ନାହିଁ। ତା’ସହିତ ରବର୍ଟ ଡାଉନି ଜୁନିୟରଙ୍କୁ ମଧ୍ୟ ଏହି ଚରିତ୍ରରେ ଆଉ ପରଦାରେ ଦେଖି ପାରିବେନି ବୋଲି ଭାବି ଦୁଃଖିତ ହୋଇ ଯାଇଥିଲେ। ତେବେ ଆମ ପାଖରେ ଆଇରନ୍‌ ମ୍ୟାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଖୁସି ଖବର ରହିଛି। ଆଉ ସେହି ଖବରଟି ହେଉଛି, ପୁଣି ଥରେ ଆଇରନ୍‌ ମ୍ୟାନ୍‌ଙ୍କୁ ପରଦାରେ ଦେଖିବାକୁ ମିଳିପାରେ।

ସୂଚନା ଅନୁଯାୟୀ, ମାର୍ବଲ୍ ସିନେମ୍ୟାଟିକ୍ ୟୁନିଭର୍ସର ଅପ୍‌କମିଂ ଫିଲ୍ମ ‘ବ୍ଲାକ୍ ୱିଡୋ’ରେ ପୁଣି ଆଇରନ୍‌ ମ୍ୟାନ୍‌ ଚରିତ୍ର ଦେଖିବାକୁ ମିଳିପାରେ। ଆଉ ସବୁଠୁ ଖୁସିର କଥା ହେଉଛି, ଏହି ଚରିତ୍ରରେ ରବର୍ଟ ଅଭିନୟ କରିପାରନ୍ତି। ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଯାଏ କିଛି ଘୋଷଣା କରାଯାଇ ନାହିଁ।

ସୂଚନାଯୋଗ୍ୟ, ‘ବ୍ଲାକ୍‌ ୱିଡୋ’ ମାର୍ବଲ୍ ସିନେମ୍ୟାଟିକ୍ ୟୁନିଭର୍ସର ୨୪ତମ ଫିଲ୍ମ ହେବ। ଏଥିରେ ଫିଲ୍ମ ‘କ୍ୟାପ୍‌ଟେନ୍‌ ଆମେରିକା: ସିଭିଲ୍ ୱାର୍(2016)’ ପରର କାହାଣୀ ଦେଖିବାକୁ ମିଳିବ।

ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ୍‌’ରେ ଆଇରନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ହେବା ସହ ‘ବ୍ଲାକ୍‌ ୱିଡୋ’ ଚରିତ୍ରର ମଧ୍ୟ ମୃତ୍ୟୁ ଘଟିଥିଲା। ଅବଶ୍ୟ ସେତେବଳକୁ ‘ବ୍ଲାକ୍‌ ୱିଡୋ’ ଚରିତ୍ରକୁ ନେଇ ଫିଲ୍ମ ତିଆରି କରିବାର ନିଷ୍ପତ୍ତି ନିଆସରିଥିଲା। ଏହି ଅପ୍‌କମିଂ ଫିଲ୍ମରେ ପୁଣି ଥରେ ସ୍କାର୍ଲେଟ୍‌ ଜନ୍‌ସନ୍‌ ହିଁ ‘ବ୍ଲାକ୍‌ ୱିଡୋ’ ଚରିତ୍ରରେ ଅଭିନୟ କରିବେ। ସ୍କାର୍ଲେଟ୍ ହେଉଛନ୍ତି ହଲିଉଡ୍‌ର ହାଇଏଷ୍ଟ୍ ପେଡ୍‌ ଅଭିନେତ୍ରୀ। କୁହାଯାଉଛି, ଏହି ଫିଲ୍ମ ପରେ ସ୍କାର୍ଲେଟ୍‌ଙ୍କର ମାର୍ବଲ୍‌ ସହ ହୋଇଥିବା ଚୁକ୍ତି ମଧ୍ୟ ଶେଷ ହୋଇଯିବ।



from Odisha Reporter https://ift.tt/2AtdBbQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages