ଅକ୍ଟୋବର ୧୮ ସୁଦ୍ଧା ଶେଷ ହେବ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ଅକ୍ଟୋବର ୧୮ ସୁଦ୍ଧା ଶେଷ ହେବ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ: ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ସମୟ ମଧ୍ୟରେ ମାମଲାର ପକ୍ଷମାନେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରିବାକୁ କିମ୍ବା ମଧ୍ୟସ୍ଥଙ୍କ ଜରିଆରେ ବିବାଦ ତୁଟାଇବାକୁ ଉଦ୍ୟମ କରିବାକୁ ଚାହିଁଲେ କରିପାରିବେ ବୋଲି କହିଛନ୍ତି କୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ। ତେଣୁ ତା’ ପୂର୍ବରୁ ମାମଲାର ରାୟ ପ୍ରକାଶ ନପାଇଲେ ଶୁଣାଣି ପ୍ରକ୍ରିୟାର କୌଣସି ଅର୍ଥ ରହିବ ନାହିଁ। ପୁଣି ଥରେ ମାମଲାର ଶୁଣାଣି ହେବ ବା ମାମଲାର ସାନି ବିଚାର ହେବ। ଏହି ଦୃଷ୍ଟିକୋଣରୁ ବର୍ତ୍ତମାନ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ମୁଖ୍ୟ ତଥା ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଅକ୍ଟୋବର ୧୮ ତାରିଖକୁ ଚୂଡ଼ାନ୍ତ ଶୁଣାଣି ସମୟ ଧାର୍ଯ୍ୟ କରିଥିବା କୁହାଯାଉଛି।

ମୁସଲିମଙ୍କ ପକ୍ଷ ରଖୁଥିବା ଆଇନଜୀବୀ ରାଜୀବ ଧାଓ୍ୱନ ପ୍ରତିକ୍ରିୟାରେ କହିଛନ୍ତି ୨୭ ସେପ୍ଚେମ୍ୱର ମଧ୍ୟରେ ମୁସଲିମ୍ ପକ୍ଷ ସମସ୍ତ ଯୁକ୍ତି କୋର୍ଟରେ ଉପସ୍ଥାପନ କରିବ। ସେହିପରି ରାମଲାଲ ବିରାଜମାନ କହିଛନ୍ତି ତାଙ୍କୁ ଜବାବ ଦେବାକୁ ଏଥିପାଇଁ ୨ ଦିନ ସମୟ ଲାଗିବ।

ଦେଶର ଏହି ପୁରୁଣା ମାମଲାର ଚୂଡ଼ାନ୍ତ ଫଇସଲା କରିବା ପାଇଁ ସୁପ୍ରିମକୋର୍ଟରେ ଏବେ ନିୟମିତ ଶୁଣାଣି ଚାଲିଛି। ଆଜି ଏହି ମାମଲାର ୨୬ତମ ଶୁଣାଣି ଦିନ ଥିଲା। ମାମଲାର ଶୁଣାଣି ବହୁ ଆଗକୁ ବଢ଼ି ସାରିଛି। ତେଣୁ ଶୁଣାଣି ବନ୍ଦ ହେବ ନାହିଁ। ତେବେ ବିବାଦର ପକ୍ଷମାନେ ଚାହିଁଲେ ପୁଣି ଥରେ ମଧ୍ୟସ୍ଥ ଜରିଆରେ ବିବାଦର ସମାଧାନ ଖୋଜି ପାରିବେ  ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ ରଞ୍ଜନ ଗୋଗୋଇ ଆହୁରି କହିଛନ୍ତି ଅକ୍ଚୋବର ୧୮ ତାରିଖ ମଧ୍ୟରେ ରାମଜନ୍ମଭୂମି ମାମଲାର ଶୁଣାଣି ପାଇଁ ସମସ୍ତେ ପ୍ରୟାସ କରିବା ଦରକାର। ଶୁଣାଣି ଶେଷ ପରେ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଲାଗିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଯଦି ଉଭୟ ପକ୍ଷ ଏହି ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ପ୍ୟାନେଲ ବଦଳରେ ଅନ୍ୟ କିଛି ଉପାୟ ଆପଣାଇବା ପାଇଁ ଚାହିଁବେ ତାହେଲେ ନେଇପାରିବେ ବୋଲି ଜଷ୍ଟିସ ରଞ୍ଜନ ଗୋଗେଇ କହିଛନ୍ତି।

ତେବେ ମଧ୍ୟସ୍ଥତା ପ୍ୟାନେଲ ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ବେଳେ ପୂର୍ବପରି ଗୋପନୀୟ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୧୭ ନଭେମ୍ୱରରେ ଏହି ବିବାଦୀୟ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଆଉ ଏହି ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଜଷ୍ଟିସ୍ କାଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏହି ମଧ୍ୟସ୍ଥତା ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ ଏହା ଫଳପ୍ରଦ ହୋଇ ନଥିବା କୋର୍ଟଙ୍କୁ ଜଣେଇଥିଲେ। କିନ୍ତୁ ଏବେ ଏହି ମଧ୍ୟସ୍ଥ କମିଟି ଏକ ସ୍ମାରକପତ୍ର ଜରିଆରେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଦୁଇ ପକ୍ଷ-ସୁନ୍ନି ୱାକଫ ବୋର୍ଡ ଓ ନିର୍ମୋହୀ ଆଖଡ଼ା ଆଲୋଚନା କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି। ତେଣୁ ସୁପ୍ରିମକୋର୍ଟ ପୁଣିଥରେ ମଧ୍ୟସ୍ଥତା ପ୍ୟାନେଲକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବାକୁ ଅନୁମତି ଦିଅନ୍ତୁ ବୋଲି କମିଟି ଅନୁରୋଧ କରିଥିଲେ।



from Odisha Reporter https://ift.tt/306GlGJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages