ମୋତେ ନୋବେଲ ମିଳିବାର ଥିଲା, ଜଣାନାହିଁ ଓବାମାଙ୍କୁ କାହିଁକି ମିଳିଲା: ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ମୋତେ ନୋବେଲ ମିଳିବାର ଥିଲା, ଜଣାନାହିଁ ଓବାମାଙ୍କୁ କାହିଁକି ମିଳିଲା: ଟ୍ରମ୍ପ

ନ୍ୟୁୟର୍କ: ନୋବେଲ ଶାନ୍ତି ପୁରସ୍କାର ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ନୋବେଲ ଶାନ୍ତି ପୁରସ୍କାରର ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଯଦି ନିରପେକ୍ଷ ଭାବରେ ବିଚାର ବିମର୍ଷ କରାଯାଇଥାନ୍ତା ତାହେଲେ ସେ ନୋବେଲ ପାଇଥାନ୍ତେ ବୋଲି କହିଛନ୍ତି ଆମେରିକାର ମିଷ୍ଟର ପ୍ରେସିଡେଣ୍ଟ।

ଅନ୍ୟପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ  2009ରେ ନୋବେଲ ପୁରସ୍କାର ମିଳିଥିଲା। ଯାହାକୁ ନେଇ ଟ୍ରମ୍ପ ଏବେ ପ୍ରଶ୍ନ ଉଠାଇଛନ୍ତି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ଆଲୋଚନା କରିବା ବେଳେ ନୋବେଲ ପୁରସ୍କାର ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ। ସୂଚନାଯୋଗ୍ୟ, ବିଶ୍ୱ ଶାନ୍ତି ପାଇଁ ପ୍ରୟାସ କରିବାକୁ ଯାଇ ଓବାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।

ସୂଚନାଯୋଗ୍ୟ, ଗତକାଲି ଇମ୍ରାନ ଓ ଟ୍ରମ୍ପ ପରସ୍ପରକୁ ନ୍ୟୁୟର୍କରେ ଭେଟିଥିଲେ। ଏହି ଅବସରରେ ପାକିସ୍ତାନର ଜଣେ ସାମ୍ୱାଦିକ ଟ୍ରମ୍ପଙ୍କୁ କହିଥିଲେ ଯଦି ଆପଣ କଶ୍ମୀର ପ୍ରସଙ୍ଗର ସମାଧାନ କରିପାରିଥାନ୍ତେ ତାହେଲେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ହୋଇପାରିଥାନ୍ତେ। ଜବାବରେ ଟ୍ରମ୍ପ କହିଥିଲେ ଯଦି ପୁରସ୍କାର ଚୟନ କମିଟି ଭଲ ଭାବରେ ବିଚାର ବିମର୍ଷ କରିବେ ତାହେଲେ ଅନେକ ପ୍ରସଙ୍ଗ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥାନ୍ତେ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2mbN0Mx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages