ବିଗ୍‌ବସ୍‌ ଘରେ ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିବେ ରଶ୍ମି ଦେଶାଇ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ବିଗ୍‌ବସ୍‌ ଘରେ ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିବେ ରଶ୍ମି ଦେଶାଇ!

ମୁମ୍ବାଇ: ଟେଲିଦୁନିଆରେ ଅନେକ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ପ୍ରଥମ ଥରରେ ହିଁ ପରଦାରେ ହିଟ୍‌ ହୋଇଛନ୍ତି। ଏଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସିରିୟଲ ‘ଉତ୍ତତନ୍‌’ର ତପସ୍ୟା। ଅଭିନେତ୍ରୀ ରଶ୍ମି ଦେଶାଇ। ତପସ୍ୟା ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଗତ କିଛି ଦିନ ହେବ ରଶ୍ମିଙ୍କୁ ନେଇ ଚର୍ଚ୍ଚା ହେଉଛି ଯେ ସେ ବିଗ୍‌ବସ୍‌-୧୩ରେ ନଜର ଆସିବେ। କୁହାଯାଉଛି ଯେ ରଶ୍ମି କୁଆଡ଼େ ଏହି ଶୋ’ରେ ନିଜ ବୟପ୍ରେଣ୍ଡଙ୍କ ସହ ନଜର ଆସିବେ। କେବଳ ଏଥିକି ନୁହେଁ ବିଗ୍‌ବସ୍‌ ଘରେ ତାଙ୍କ ବାହାଘର ବି ହୋଇପାରେ।

ସୂଚନା ଅନୁଯାୟୀ ରଶ୍ମି ଟେଲି ‌ଅଭିନେତା ଅରହାନ ଖାନ୍‌ଙ୍କୁ ଡେଟ୍ କରୁଛନ୍ତି। ଆରହାନ ଜଣେ ମଡେଲ ଓ ଅଭିନେତା ହେବା ସହ ଜଣେ ହୀରା ବେପାରି ମଧ୍ୟ। ଆରହାନ୍ ଓ ରଶ୍ମି ଦୁହେଁ ପରସ୍ପର ଭଲ ବନ୍ଧୁ। ହେଲେ ଏବେ ଏହି ବନ୍ଧୁତା ପ୍ରେମରେ ବଦଳିବାକୁ ଲାଗିଲାଣି। ବହୁତ ଦିନ ହେଲାଣି ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି। ଆଉ ଏବେ ସେମାନେ ନିଜ ସମ୍ପର୍କୁ ଏକ ନାଁ ଦେବା ପାଇଁ ପ୍ରସ୍ତୁତ ହୋଇଗଲେଣି। ସୂଚନା ଅନୁଯାୟୀ ରଶ୍ମି ଓ ଅରହାନ୍‌ ଦୁହେଁ ବିଗ୍‌ବସ୍‌-୧୩ରେ ଆସୁଛନ୍ତି। ଏଥିସହ ଚର୍ଚ୍ଚା ହେଉଛି ଯେ ଦୁହେଁ ଏହି ଶୋ’ରେ ହି ନିଜ ପ୍ରେମ ସମ୍ପର୍କକୁ ନେଇ ଘୋଷଣା କରିବା ସହ ବିବାହ ମଧ୍ୟ କରିବେ।

ପୂର୍ବରୁ ମଧ୍ୟ କିଛି ଅଭିନେତ୍ରୀ ବିଗବସ୍‌ ଘରେ ବାହାହୋଇଛନ୍ତି ଏମାନଙ୍କ ମଧ୍ୟରେ ମୋନାଲିସା ଓ ସାରା ଖାନ୍‌ଙ୍କ ନାଁ ରହିଛି। ତେବେ ରଶ୍ମି ଏହି ତାଲିକାରେ ସାମିଲ ହେବେ ନା ନାହିଁ ତା’ ତ କେବଳ ସମୟ ହିଁ କହିପାରିବ। ରଶ୍ମି ପୂର୍ବରୁ ଅଭିନେତା ନନ୍ଦିଶ ସନ୍ଧୁଙ୍କୁ ବାହାହୋଇଥିଲେ। ହେଲେ କିଛି ଦିନ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ପରେ ପୁଣିଥରେ ଏକାଠି ହୋଇ ନିଜ ସମ୍ପର୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ଦୁଃଖର କଥା ଏହା ସମ୍ଭବ ହୋଇପାରିଲା ନାହିଁ। ଫଳରେ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଗଲେ।



from Odisha Reporter https://ift.tt/2LYukcw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages