ଏମିତି ପ୍ରତିଶୋଧ ନିଅନ୍ତି ଶିବାନୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଏମିତି ପ୍ରତିଶୋଧ ନିଅନ୍ତି ଶିବାନୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ଶିବାନୀ। ଏଥିରେ ସେ ବାବୁସାନ୍‌ଙ୍କ ସହ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ‘ପ୍ରେମ୍ କୁମାର’ ଫିଲ୍ମରେ ଅନୁଭବଙ୍କ ସହ ଲିଡ୍‌ରେ ଦେଖିବାକୁ ମିଳିଥିଲା। ଯାହା ଶୁଣିବାକୁ ମିଳେ ଶିବାନୀ ବହୁତ ଫ୍ରେଣ୍ଡଲି। ସବୁ ସହକଳାକାରଙ୍କ ସହ ତାଙ୍କର ଖୁବ୍‌ ଜମେ। ଅଳ୍ପ ସମୟରେ ସେ ସମସ୍ତଙ୍କୁ ନିଜର କରି ଦିଅନ୍ତି। ତେବେ ଶିବାନୀଙ୍କର କିଛି ଶତ୍ରୁ ମଧ୍ୟ ଅଛନ୍ତି। ଶତ୍ରୁମାନେ ତାଙ୍କର କିଛି କ୍ଷତି ଘଟାଇଲେ ସେ ବି ପ୍ରତିଶୋଧ ନେବାକୁ ପଛାନ୍ତି ନାହିଁ। ତେବେ ତାଙ୍କର ପ୍ରତିଶୋଧ ନେବା ତରିକା ଟିକେ ଅଲଗା।

ଥରେ ଶିବାନୀ ଗୋଟିଏ କଥା କହିଥିଲେ, ଯାହାକୁ ପଢ଼ିଲେ ଆପଣ ତାଙ୍କର ପ୍ରତିଶୋଧ ନେବା ଷ୍ଟାଇଲ୍ ସମ୍ପର୍କରେ ଜାଣିଯିବେ। ସେହି ସମାନ ଶୈଳୀ ସେ ତାଙ୍କର ସବୁ ଶତ୍ରୁଙ୍କ କ୍ଷେତ୍ରରେ ଉପଯୋଗ କରିଥା’ନ୍ତି।

ଘଟଣାଟି ଟିକେ ପୁରୁଣା। ସେତେବେଳେ ଶିବାନୀ ଦଶମ ଶ୍ରେଣୀରେ ପଢ଼ୁଥିଲେ। କୌଣସି କାରଣରୁ କିଛି ସାଙ୍ଗମାନଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ସେମାନେ ଆଉ ତାଙ୍କ ସହିତ ମିଳାମିଶା କରୁ ନଥିଲେ। ତେଣୁ ବେଶ୍ କିଛି ଦିନ ଶିବାନୀ ଏକଲା ପଡ଼ିଗଲେ। ତଥାପି ସେ ସେହି ସାଙ୍ଗମାନଙ୍କର କିଛି କ୍ଷତି କରିବାକୁ ଚାହିଁଲେନି। କାରଣ ସେ ଭାବିଲେ ଯେ ଯଦି ସେ ସେମାନଙ୍କର କିଛି କ୍ଷତି କରିବେ, ତା’ହେଲେ ଭଗବାନ ତାଙ୍କୁ ଦଣ୍ଡ ଦେବେ। ଏହା ଭାବି ସେ ସବୁ କିଛି ଜଭବାନଙ୍କ ଉପରେ ଛାଡ଼ି ଦେଲେ। କିଛି ଦିନ ପରେ ତାଙ୍କଠାରୁ ଦୂରେଇ ଯାଇଥିବା ସାଙ୍ଗମାନେ ଏକ ସମସ୍ୟାରେ ପଡ଼ିଥିଲେ। ଅବଶ୍ୟ ସେମାନଙ୍କ ସମସ୍ୟା ଦେଖି ସେ ଖୁସି ହୋଇ ନଥିଲେ। ବରଂ ଏହି ଘଟଣାରୁ ସେ ଶିଖି ଥିଲେ ଯେ, ତୁମେ ଯଦି କାହାର କ୍ଷତି ଘଟାଇବ, ତା’ହେଲେ ତୁମର ବି କ୍ଷତି ହେବ। ଆଉ ଏହି ବିଶ୍ୱାସ ତାଙ୍କଠାରେ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି।
ସୂଚନା ଅନୁଯାୟୀ, ଶିବାନୀ ପ୍ରଥମେ ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ  ‘ଉତ୍ତରଦାୟୀ’ ମାଧ୍ୟମରେ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‘ଦେବୀ’ରେ ଅଭିନୟ କରିଥିଲେ। ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ହେଉଛି ‘ବଧୂ’।



from Odisha Reporter https://ift.tt/2lpMcn1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages