ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ କ୍ଷତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ବହୁତ ଲୋକଙ୍କୁ ନାକରେ ଆଙ୍ଗୁଳି ଭର୍ତ୍ତି କରୁଥିବା ଦେଖୁଥିବେ। ଏହା ଏକ ଖରାପ ଅଭ୍ୟାସ। ଯାହାଦ୍ୱାରା ନାକକୁ କ୍ଷତି ପହଞ୍ଚିଥାଏ। ‘ନ୍ୟାଶନାଲ୍‌ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନଫର୍ମମେସନ’ରେ ହୋଇଥିବା ଅଧ୍ୟୟନ ଅନୁସାରେ ସାରା ବିଶ୍ୱରେ ୯୧ ପ୍ରତିଶତ ଲୋକଙ୍କର ନାକରେ ଆଙ୍ଗୁଳି ପୂରାଇବା ଅଭ୍ୟାସ ରହିଛି।

ଏହାଯୋଗୁ ନାକ ଶୁଖିଯିବା ସହିତ ନରମ ହୋଇଯାଇଥାଏ। ଏପରିକି ନାକ ଭିତରକୁ ସାମାନ୍ୟ ଧୂଳିକଣା ଗଲେ ମଧ୍ୟ ଆପଣ ଅସହଜ ଅନୁଭବ କରିଥାନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚାପ ଓ ଚିନ୍ତା ଯୋଗୁ ଜଣେ ବ୍ୟକ୍ତି ନାକରେ ଆଙ୍ଗୁଳି ଭର୍ତ୍ତି କରିଥାନ୍ତି।

ତେବେ ଆସନ୍ତୁ ଜାଣିବା ଆପଣଙ୍କର ଏହି ଖରାପ ଅଭ୍ୟାସ ଦ୍ୱାରା କେଉଁ ସବୁ ଗମ୍ଭୀର ସମସ୍ୟା ଦେଖା ଦେଇଥାଏ।

ବ୍ୟାକ୍ଟେରିଆଲ୍‌ ଇନଫେକସନ୍‌
ନାକରେ ଆଙ୍ଗୁଳି ଭର୍ତ୍ତି କରାଇବା ଅଭ୍ୟାସ ଆପଣଙ୍କ ନାକରେ ଇନଫେକସନ୍‌ ସୃଷ୍ଟି କରିଥାଏ। ନଖ ବାଜି ନାକ ଭିତର ଖଣ୍ଡିଆ ହେଲେ ଆପଣଙ୍କ ନାକରେ ଷ୍ଟାଫିଲୋକୋକ୍ସସ୍‌ ଓରିଅସ୍‌(Staphylococcus aureus) ବ୍ୟାକ୍ଟେରିଆ ପ୍ରବେଶ କରିବା ପାଇଁ ସହଜ ହୋଇଥାଏ।

ନାକରୁ ରକ୍ତ ବାହାରିବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇବା ଅଭ୍ୟାସ ଯୋଗୁ ରକ୍ତ ବାହିକାକୁ କ୍ଷତି ପହଞ୍ଚାଇଥାଏ। ଏପରି ହେଲେ ଆପଣଙ୍କ ରକ୍ତ ବାହିକା ଫାଟି ନାକରୁ ରକ୍ତ ବାହାରିଥାଏ। ଯେଉଁମାନେ ବାରମ୍ୱାର ନାକରେ ଆଙ୍ଗୁଳି ଭର୍ତ୍ତି କରିଥାନ୍ତି, ସେମାନଙ୍କ ନାକ ଧୀରେ ଧୀରେ ସେନ୍‌ସିଟିଭ୍‌ ହୋଇ ଯାଇଥାଏ।

 

ନାକ ଗୁହାକୁ କ୍ଷତି ପହଞ୍ଚିବା
ମୁହଁ ଓ ନାକ ଭିତରେ ଥିବା ପତଳା ଅଂଶକୁ ନାକ ଗୁହା କୁହାଯାଏ। ଏହା ଦୁଇ ଭାଗରେ ନାକ ମଧ୍ୟରେ ରହିଥାଏ। ନାକ ଗୁହା ଉପର ଅଂଶଟି ଶ୍ୱସନ ପ୍ରଣାଳୀରେ ସାହାଯ୍ୟ କରିଥାଏ ଏବଂ ଭିତର ଅଂଶଟି ନିଃଶ୍ୱାସ ନେବା ପାଇଁ ମାର୍ଗ ପ୍ରଦାନ କରିଥାଏ। ଆପଣ ବାରମ୍ୱାର ନାକରେ ହାତ ପୂରାଇବା ଯୋଗୁ ସେହି ସ୍ଥାନରେ ପୋଡ଼ାଜଳା ହୋଇଥାଏ ଏବଂ ନିଃଶ୍ୱାସ ନେବା ବାଟଟି ସଙ୍କୁଚିତ ହୋଇଥାଏ। ଏଥିଯୋଗୁ ଆପଣ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି।

ଘାଆ ହେବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇବା ଦ୍ୱାରା ନାକ ଭିତରେ ଥିବା ଲୋମ ବାହାରି ଆସିଥାଏ। ଏଥିଯୋଗୁ ନାକ ଖଣ୍ଡିଆ ହୋଇ ଘା’ରେ ପରିଣତ ହୋଇଥାଏ। ଅନେକ ସମୟରେ ଏହି ଘା’ ଗମ୍ଭୀର ହେବା ସହିତ ଯନ୍ତ୍ରଣା ଦେଇଥାଏ।



from Odisha Reporter https://ift.tt/2lpMdr5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages