ଶ୍ରୀହୀନ ହେଉଛି ଶିମିଳିପାଳ: ୧୩ ଖାଦାନରେ ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

ଶ୍ରୀହୀନ ହେଉଛି ଶିମିଳିପାଳ: ୧୩ ଖାଦାନରେ ୧୪୪ ଧାରା

ବାରିପଦା (ମାଣିକଲାଲ ପାଣି ) :  ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ କ୍ରମଶଃ ଶ୍ରୀହିନ ହେବାରେ ଲାଗିଛି। ଏହାର ସୁରକ୍ଷା ପ୍ରତି ଦେଖାଦେଇଛି ବିପଦ। ଶିମିଳିପାଳ ପାଦଦେଶର ବିଭିନ୍ନ ଗାଁରେ ଥିବା ଶହଶହ ପଥର ଖାଦାନରୁ  ପ୍ରତିଦିନ ବେଆଇନ ଭାବେ ଟ୍ରକ୍‌ରେ ପଥର ଚୋରା ଚାଲାଣ ହେଉଛି। ଏହାଦ୍ୱାରା ଜୈବ ବିବିଧତା ଉଜୁଡ଼ିବାରେ ଲାଗିଛି। ଏହା ଦେଖି ଶିମିଳିପାଳରେ ବେଆଇନ୍ ପଥର ଖାଦାନ ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ।

ଶିମିଳିପାଳ ଅଭୟାରଣ୍ୟର ପାଦଦେଶକୁ ଲାଗି ଡୁକୁରା, କପ୍ତିପଦା, ବାଙ୍ଗିରିପୋଷି ଆଦି ରେଞ୍ଜ ଥିବା ବେଳେ ଏହା ବାରିପଦା ବନଖଣ୍ଡ ଅଧୀନରେ ରହିଛି। ଏହି ରେଞ୍ଜର ବିଭିନ୍ନ ଗାଁରେ ରହିଛି ଶହଶହ ପଥର ଖାଦାନ । ଜୈବମଣ୍ଡଳର ଇକୋ ସେନ୍‌ସିଟିଭ୍ ଜୋନ୍ ଏରିଆରୁ ୧୦ କିଲୋମିଟର ପରିଧି ମଧ୍ୟରେ ପଥର ଖାଦାନ କାର୍ଯ୍ୟ କରାନଯିବା ଲାଗି ନିୟମ ରହିଛି।  ଏହା ସତ୍ତ୍ୱେ ଦୀର୍ଘ ବର୍ଷ ଧରି ଏହିସବୁ ଅଞ୍ଚଳରେ କିଛି ଲିଜ୍‌ଧାରୀ ବେଆଇନ୍ ପଥର ଖାଦାନ କରି ପ୍ରତିଦିନ ଶହଶହ ଟ୍ରକ ପଥର ବାହାରକୁ ଚାଲାଣ କରିଆସୁଛନ୍ତି ।

ବାରିପଦା ଉପଜିଲ୍ଲାପାଳଙ୍କ କୋର୍ଟରେ ଏହାର ବିଚାର କରାଯାଇ ବାରିପଦା ବନଖଣ୍ଡ ଅଧୀନସ୍ଥ ୩୩ ଟି ଗାଁରେ ଥିବା ୧୧୮ ଟି ବେଆଇନ୍ ଖାଦାନକୁ ଚିହ୍ନଟ କରିଛି ବନବିଭାଗ ।

ଶିମିଳିପାଳରେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ଏବେ ଉଦ୍‌ବେଗର ବିଷୟ ପାଲଟି ଥିବା ବେଳେ ଏଥିପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ଏଥିଲାଗି ପୁଲିସ୍‌ , ତହସିଲ ଓ ବନବିଭାଗ  ଅଧିକାରୀ ଓ  କର୍ମଚାରୀ ଆରମ୍ଭ କରି ଦେଇଛନ୍ତି ମିଳିତ ଫ୍ଲାଗମାର୍ଚ୍ଚ। ତିନି ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ୧୩ଟି ଖାଦାନରେ ୧୪୪ ଧାରା ଜାରି କରାଯାଇଛି। ଆଗକୁ ଚିହ୍ନଟ ହୋଇଥିବା ୧୧୮ଟି ଖାଦାନରେ ୧୪୪ ଧାରା ଲଗାଇବାକୁ ଯୋଜନା ହୋଇଛି।

ଶିମିଳିପାଳ ଜୈବମଣ୍ଡଳର ପାଦଦେଶକୁ ଲାଗି କରି ଥିବା ଏହିସବୁ ଗାଁର ସ୍ଥାନେ ସ୍ଥାନେ ଅନେକ ବେଆଇନ୍ ପଥର ଖାଦାନ ଥିବା ବେଳେ ଏଗୁଡିକୁ ବନ୍ଦ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ହାତରେ ମାଇକ୍‌ ଧରି ଲୋକଙ୍କୁ ବେଆଇନ୍ ପଥର ନ ଭାଙ୍ଗିବା ତଥା ଚୋରା ଚାଲାଣ ନକରିବା ପାଇଁ ସଚେତନ କରାଯାଉଛି । ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପୁଲିସ୍‌ ଅଟକ ରଖିବା ସହ ବ୍ୟବହାର ହେଉଥିବା ଲୁହା ସାମଗ୍ରୀ ଜବତ କରିଛି । ପୁନର୍ବାର ଏକ  ଯାଞ୍ଚ କମିଟି କରି ଗଠନ କରି  ପ୍ରତି ୨ମାସରେ ଥରେ ୧୪୪ ଧାରା ଜାରୀ କରାଯାଇଥିବା ଖାଦାନ ଗୁଡିକର ସ୍ଥିତି ସମ୍ପର୍କରେ  ରିପୋର୍ଟ ନିଆଯିବ ବୋଲି ଜଣାପଡିଛି।

ଏ ସମ୍ପର୍କରେ ବଡ଼ସାହି ଥାନା ଆଇଆଇସି ବିଶ୍ୱଥ କୁମାର ଦାସ କହିଛନ୍ତି, ବାରିପଦା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ନାଲି ପତାକା ଲଗାଯାଇଛି। ଏହାଦ୍ୱାରା ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଗଲା।

ବଡସାହି ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡା କହିଛନ୍ତି, ଇକୋ ସେନସିଟିଭ ଜୋନ୍‌ ଅଧୀନରେ ଥିବା ବେଆଇନ ଖଣିରେ ସବୁବେଳେ ବ୍ଲାଷ୍ଟିଂ ହେଉଛି। ଏଥିଯୋଗୁ ଶିମିଳିପାଳରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବାରିପଦା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରେମ ୧୩ଟି ଖାଦାନରେ ୧୪୪ ଧାରା ଜାରି କରାଯାଇଛି।

ବାରିପଦା ଡିଏଫଓ ସ୍ୱୟଂ ମଲ୍ଲିକ କହିଛନ୍ତି, ଗାଇଡଲାଇନ ଅନୁଯାୟୀ, ଇକୋ ସେନସିଟିଭ ଜୋନ୍‌କୁ ସଂରକ୍ଷିତ ରଖାଗଲା, ତାହା ବଫର୍‌ ଜୋନ ହିସାବରେ ହୋଇପାରିବ।



from Odisha Reporter https://ift.tt/2V7zMxH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages