ବିଜେପୁର ସହ ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

ବିଜେପୁର ସହ ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋରା ଆଜି ନିର୍ବାଚନ ନିର୍ଘଣ୍ଟ ଘୋଷଣା କରିଛନ୍ତି। ୨୧ ଅକ୍ଚୋବରରେ ଏହି ଦୁଇ ରାଜ୍ୟ ପାଇଁ ଭୋଟ ଗ୍ରହଣ ହେବ। ୨୪ ଅକ୍ଟୋବରରେ ଭୋଟ ଗଣତି ହେବ।

ନଭେମ୍ୱର ୨ରେ ହରିଆନା ଏବଂ ନଭେମ୍ୱର ୯ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ହରିଆନାରେ ୧.୨୮ କୋଟି ମତଦାତା ରହିଥିବା ବେଳେ ମହାରାଷ୍ଟ୍ରରେ ୮.୯ କୋଟି ମତଦାତା ରହିଛନ୍ତି।

ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ୬୪ଟି ବିଧାନସଭା ଆସନରେ ମଧ୍ୟ ଉପ ନିର୍ବାଚନ ହେବ। ପ୍ରାର୍ଥିପତ୍ର ଦାଖଲ କରିବାର ଅନ୍ତିମ ତାରିଖ ଅକ୍ଚୋବର ୪ ରହିଛି। ଏହି ୬୪ଟି ବିଧାନସଭା ମଧ୍ୟରେ ବରଗଡ଼ ଲୋକସଭା ଅଧୀନରେ ଥିବା ବିଜେପୁର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ହେବ। କାରଣ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଏବଂ ବରଗଡ଼ର ବିଜେପୁରରୁ ବିଜୟୀ ହୋଇଥିଲେ। ଏହାପରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ।

ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରାର୍ଥୀ ସମସ୍ତ ଅସ୍ତ୍ରଶସ୍ତ୍ର ସମର୍ପଣ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବ ବୋଲି ନିୟମ ରହିଛି। ନିର୍ବାଚନ ବେଳେ ସୋଶାଲ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖିବେ ନିର୍ବାଚନ କମିଶନ।

ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଡିସେମ୍ୱରରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/32Zdn8K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages