ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ; ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ବାଇକ୍‌ ଦୁର୍ଘଟଣାରେ ଦୁଇ ମୃତ; ଜଣେ ଗୁରୁତର

ଫୁଲବାଣୀ(ତ୍ରିନାଥ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ  କଂସ ପ୍ରଧାନ ଓ ରିଙ୍କୁ ପ୍ରଧାନ। ଗୁରୁତରଙ୍କ ନାଁ  ସାଗର ପ୍ରଧାନ। ମୃତାହତଙ୍କ ଘର ସେହି ପେନାଗବେରି ଗାଁରେ। ଗୁରୁତର ଥିବା ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ସେମାନେ  ଏକ ବାଇକ୍‌ରେ  କୌଣସି କାମରେ ଟିକାବାଲି ଯାଉଥିଲେ। ଏହି ସମୟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଟିକାବାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ଡାକ୍ତରଖାନାକୁ ବ୍ୟବଚ୍ଛଦ ପାଇଁ ପଠାଇଥିଲା। ଏଥିସହ ଗୁରୁତର ଥିବା ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଥିଲା।

ଏହି ଦୁର୍ଘଟଣା ପରେ ପେନାଗବେରି ଗାଁରେ ଶୋକର ଛାୟା ଖେଳିଯାଇଛି।



from Odisha Reporter https://ift.tt/2UUSLvm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages