କନ୍ଦାଇଲା ପିଆଜ; କିଲୋ ୫୦ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 21, 2019

କନ୍ଦାଇଲା ପିଆଜ; କିଲୋ ୫୦ ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର। ଯେଉଁ ପିଆଜ କିଛି ଦିନ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବଜାରରେ ବିକ୍ରି ହେଉଥିଲା ଏବେ ତାହା ୫୦ ଟଙ୍କା ଛୁଇଁଲାଣି।

କଟକ, ଭୁବନେଶ୍ୱର ଓ ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜ ଦର ଏଭଳି ଦରବୃଦ୍ଧି ପଛରେ ସ୍ୱଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି।

ପିଆଜ କିଲୋ ୫୦ ଟଙ୍କା ପାର ହୋଇଥିବାରୁ ଏହା ସିଧାସଳଖ ଗରିବର ପଖାଳ କଂସାକୁ ମାଡ଼ କରିଛି। କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଜଣେ ଖାଉଟି କହିଛନ୍ତି,“ ମାର୍କେଟରେ ପିଆଜ ୫୦ ଟଙ୍କାରେ ବିକ୍ରି କରାଯାଉଛି। ଦିନକୁ ଦିନ ପିଆଜଦର ମାର୍କେଟରେ ବୃଦ୍ଧି ପାଉଛି।ଯାହାକି ଗ୍ରାହକ ମାନଙ୍କୁ ଭାରି ବାଧୁଛି।”



from Odisha Reporter https://ift.tt/32XOQ3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages