ଆସାମ: ଆସାମର ଏକ ଚା ବଗିଚାରେ ଜଣେ ୭୩ ବୟସ୍କ ଡାକ୍ତରଙ୍କୁ ଉତ୍ତ୍ୟକ୍ତ ଶ୍ରମିକମାନେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଆସାମର ଜୋରହାଟ ଜିଲ୍ଲା ଟିଓକ ଚା ବଗିଚାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ମୃତ ଡାକ୍ତରଙ୍କ ନାଁ ଦେବେନ ଦତ୍ତ।
ଅଭିଯୋଗ ଅନୁସାରେ, ଶନିବାର ଚା ବଗିଚାର କାମ ଚାଲିଥିବା ବେଳେ ଶୁକ୍ରା ମାଝୀ ନାମକ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ। ସଂପର୍କୀୟମାନେ ତାଙ୍କୁ ଚା ବଗିଚା ହସ୍ପିଟାଲକୁ ଆଣିଥିଲେ। ଉକ୍ତ ସମୟରେ ସେଠାରେ କାର୍ଯ୍ୟରତ ଡାକ୍ତର ଦେବେନ ଦତ୍ତ ଅନୁପସ୍ଥିତ ଥିବାରୁ ନର୍ସ ତାଙ୍କୁ ସାଲାଇନ୍ ଦେଇଥିଲେ । ତେବେ ଶ୍ରମିକଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହି ଘଟଣାକୁ ନେଇ ଚା ବଗିଚାର ଅନ୍ୟ ଶ୍ରମିକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଡାକ୍ତର ଦେବେନ ଦତ୍ତ ଫେରିବା ପରେ ସେମାନେ ସଂଘବଦ୍ଧ ଭାବେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଗୋଟିଏ କୋଠରୀରେ ବନ୍ଦ କରିଦେଇଥିଲେ। ସଂକଟାପନ୍ନ ଅବସ୍ଥାରେ ଡାକ୍ତରଙ୍କୁ ଜୋରହାଟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଚାକିରୀରୁ ଅବସର ପରେ ଡାକ୍ତର ଦେବେନ ଦତ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତେବେ ଏହି ଘଟଣା ପରେ ଆସାମର ଡାକ୍ତର ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିବୃଗଡ଼ରେ ଜୁନିୟର୍ ଡାକ୍ତରମାନେ କ୍ୟାଣ୍ଡେଲ୍ ମାର୍ଚ କରିବା ସହ ଘଟଣାର ପ୍ରତିବାଦ କରିଛନ୍ତି ।
from Odisha Reporter https://ift.tt/2ZF71cl
No comments:
Post a Comment