ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ପାରାଦୀପ (ଓଡ଼ିଶା ରିପୋର୍ଟର):  ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ରବିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। କିଛି ଦିନ ପୂର୍ବରୁ   ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଯୁବକ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।  କିନ୍ତୁ ଏହି ଘଟଣା ପରଠୁ ମାନସିକ ଦୁଶ୍ଚିନ୍ତାରେ ରହିଥିବା ଛାତ୍ରୀଜଣକ ଶେଷରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଉଛି। ଏହି ଘଟଣା  ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବି଼ଷୟ ହୋଇଛି।

ସୂଚନା ଅନୁଯାୟୀ,  ସ୍ଥାନୀୟ ଏକ କଲେଜରେ ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷ  ପଢୁଥିଲେ।   ଗତ ୨୪ ତାରିଖରେ କଲେଜ ଯିବା ବାଟରେ  ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ।  ଏହି ସମୟରେ ଛାତ୍ରୀଙ୍କ ଚିତ୍କାର ଶୁଣି ପାଖ ଗାଁର ଲୋକମାନେ ଧାଇଁ ଆସି ଯୁବକଙ୍କୁ କାବୁ କରିନେଇଥିଲେ।  ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛି ।

ମାତ୍ର ସେଦିନର ଘଟଣା ଛାତ୍ରୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା । ସେବେଠାରୁ ମାନସିକ ଦୁଶ୍ଚିନ୍ତାରେ ରହୁ୍ଥିବା ଛାତ୍ରୀ ଲୋକଲଜ୍ଜା ସହି ନପାରି ରବିବାର ଅପରାହ୍ନରେ ଘରେ କେହି ନ ଥିବା ସୁଯୋଗରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ପରିବାର ଲୋକଙ୍କ ଏତଲା କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଆଉ ଏକ ମାମଲା ରୁଜୁ କରିଛି।



from Odisha Reporter https://ift.tt/2HyGreT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages