ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ସହରସ୍ଥିତ ସିଟି ଷ୍ଟେସନ ନିକଟରେ ଏନକାଉଣ୍ଟର ହୋଇଛି। ଧନୁପାଲି ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ମୁସିମର ଡାହାଣ ଆଣ୍ଠୁରେ ଗୁଳି ବାଜିଛି।
ମୁସିମକୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପୁଲିସ୍ ପଚରାଉଚରା କରୁଛି।
ଆଜି ଭୋର୍ ପ୍ରାୟ ୫ଟା ୨୦ ମିନିଟ୍ରେ ଏହି ଏନ୍କାଉଣ୍ଟର ହୋଇଥିଲା। ସିଟି ଷ୍ଟେସନ ନିକଟରେ ମୁସିମ ବୁଲାବୁଲି କରୁଥିବା ନେଇ ଧନୁପାଲି ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଧନୁପାଲି ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ୍ ସିଟି ଷ୍ଟେସନରେ ଚଢ଼ଉ କରିଥିଲେ। ଏହି ସମୟରେ ମୁସିମ ଅତର୍କିତ ଭାବେ ପୁଲିସ୍ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲା। ପାଲଟା ଜବାବରେ ପୁଲିସ୍ ଗୁଳିରେ ମୁସିମର ଡାହାଣ ଆଣ୍ଠୁ ନିକଟରେ ଗୁଳି ବାଜିଥିଲା। ଏହାପରେ ପୁଲିସ୍ ତାକୁ କାବୁ କରି ଗିରଫ କରିଥିଲା। ତା’ ନିକଟରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ଗୁଳି ଓ ୪ହଜାର ଟଙ୍କା ଜବତ ହୋଇଛି।
ଅନ୍ୟପକ୍ଷରେ ମୁସିମ ନିକଟରୁ ୯ ଏମ୍ଏମ୍ ପିସ୍ତଲ କେଉଁଠୁ ଆସିଲା ଏନେଇ ମଧ୍ୟ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ମୁସିମ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ଏହି ଏନ୍କାଉଣ୍ଟର ବେଳେ ଜଣେ ପୁଲିସ ଏଏସ୍ଆଇ ଆହତ ହୋଇଛନ୍ତି।
from Odisha Reporter https://ift.tt/2lla1vS
No comments:
Post a Comment