ସୁନୀଲ୍‌ଙ୍କ ଇସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ସୁନୀଲ୍‌ଙ୍କ ଇସାରା

ମୁମ୍ୱାଇ: ‘ଦ କପିଲ୍‌ ଶର୍ମା ଶୋ’ରେ ସୁନୀଲ୍‌ ଗ୍ରୋଭର ଆଉ ନାହାନ୍ତି। କିନ୍ତୁ ତାଙ୍କର ‘ରିଙ୍କୁ ଭାବି’ ଓ ‘ ‘ଡାକ୍ତର ମଶହୂର ଗୁଲାଟୀ’ ଚରିତ୍ରକୁ ଲୋକେ ଏବେ ମଧ୍ୟ ମନେ ରଖିଛନ୍ତି। କପିଲ୍‌ଙ୍କ ସହିତ ବିବାଦ ପରେ ସୁନୀଲ ଏହି ଶୋ’ରୁ ଦୂରେଇ ଯାଇଛନ୍ତି। ତେବେ ଶନିବାର ସେ ଏକ ସକାରାତ୍ମକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌କୁ ପଢ଼ିବା ପରେ ସେ ପୁଣି ଥରେ କପିଲ୍‌ଙ୍କ ଶୋ’କୁ ଫେରୁଛନ୍ତି ବୋଲି ଆଲୋଚନା ଜୋର ଧରିଛି। ବିଶେଷ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏଇ ଆଶା ଉଦ୍‌ଜୀବିତ ହୋଇଛି।

ସୁନୀଲ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, ‘ସବୁ ଜିନିଷ ହାତରୁ ପଳାଇ ଯାଏ ପୁଣି ଫେରିବା ପାଇଁ। କୌଣସି ଜିନିଷ ସବୁଦିନ ପାଇଁ ଚାଲିଯାଏ ନାହିଁ। ତେଣୁ କୃତଜ୍ଞ ରୁହନ୍ତୁ। ଏହା ହେଉଛି ମୂଳମନ୍ତ୍ର। ଏବଂ ହଁ ବହୁତ ହସନ୍ତୁ। ବାକି… ମୋ ସ୍ୱାମୀ ମୋତେ…।’

ସୁନୀଲ୍‌ଙ୍କ ଏହି ଟ୍ୱିଟ୍‌ ପଢ଼ିବା ପରେ ତାଙ୍କ ଫ୍ୟାନ୍‌ମାନେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍‌ ଲେଖିଛନ୍ତି, ‘ମୋତେ ଲାଗୁଛି ଯେ କପିଲଙ୍କ ଶୋ’କୁ ଫେରିବା ପାଇଁ ଏହା ଏକ ଇସାରା।’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ସୁନୀଲ୍‌ ଗ୍ରୋଭର ସାର୍‌, ଆପଣଙ୍କର ଅଭିନୟକୁ ଆମେ ବହୁତ ମନେ ପକାଉଛୁ।’

ସୂଚନାଯୋଗ୍ୟ, କପିଲ ଓ ସୁନୀଲଙ୍କ ଝଗଡ଼ା ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା। ଏପରିକି ଦୁହିଁଙ୍କର ଝଗଡ଼ା ସାମାଧାନ କରିବା ପାଇଁ ନବଜୋତ୍‌ ସିଂହ ସିଦ୍ଧୁ ଓ ସଲମାନ୍‌ ଖାନ୍‌ ମଧ୍ୟ ପ୍ରୟାସ କରିଥିଲେ। ଏ ଦୁହେଁ ସୁନୀଲ୍‌ଙ୍କୁ ଶୋ’କୁ ଫେରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ ସେ ଶୋ’କୁ ଫେରି ନଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍‌ କେଉଁ ମୋଡ଼ ନେଉଛି, ତାହା ଆଗକୁ ଜଣାପଡ଼ିବ।

 



from Odisha Reporter https://ift.tt/34EZRsi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages