ବାପାର ମୃତଦେହକୁ ବାଇକ୍‌ରେ ୨୦ କିମି ଆଣିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ବାପାର ମୃତଦେହକୁ ବାଇକ୍‌ରେ ୨୦ କିମି ଆଣିଲା ପୁଅ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପୁଣି ବାଇକ୍‌ରେ ବୁହା ହେଲା ଶବ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା  ଉମରକୋଟ ସ୍ଥିତ ଗୋପବନ୍ଧୁ ଛକ ଠାରେ।

ସୂଚନା ଅନୁଯାୟୀ, ରାଇଘର ବ୍ଲକ୍‌ କୁଡୁମଧରା ଗାଁର  ବଳି ଶାନ୍ତା ଗତକାଲି ଝରିଗାଁ ବ୍ଲକ୍‌ ବଂଶୀବନ୍ଧା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଘରକୁ  ଦେଶୀ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ବଳି ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଯୋଗାଯୋଗ ହୋଇପାରି ନଥିଲା। ଏହାପରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।

ଏନେଇ ତାଙ୍କ ପରିବାର  ଲୋକଙ୍କୁ ଖବର ଦିଆଯିବା ପରେ ସନ୍ଧ୍ୟାରେ  ପୁଅ  ଲକି ସାନ୍ତା ବଂଶୀବନ୍ଧା ଗାଁରେ ଆସି ପହଞ୍ଚିଥିଲେ। ତେବେ ମୃତଦେହ ନେବାକୁ ବୋଲେରୋକୁ ଯୋଗାଯୋଗ କରିଥିଲେ। ହେଲେ ରାତି ହୋଇଥିବାରୁ ବୋଲେରୋ ଆସି ନଥିଲା। ତେଣୁ ଲକି ସାନ୍ତା ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଏକ ବାଇକ୍‌ର ପଛରେ ପଟା ଉପରେ ବାନ୍ଧି  ବଂଶୀବନ୍ଧାଠାରୁ  ତାଙ୍କ ଗାଁ କୁଡୁମଧରାକୁ  ନେଉଥିଲେ। ପ୍ରାୟ ୨୦ କିମି ଯାଏ ଲକି ସାନ୍ତା ବାପାର ଶବକୁ ଏପରି ଭାବେ  ବାଇକ୍‌ରେ ଆଣିଥିଲେ।

ତେବେ ରାତି ପ୍ରାୟ ୧୧ଟା ବେଳେ ଉମରକୋଟ ସହରର କିଛି ଲୋକ ଦେଖି ମୃତଦେହକୁ  ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ପରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।



from Odisha Reporter https://ift.tt/2LSpaib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages